Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫୁଲବାଣୀ ପୌରାଧ୍ୟକ୍ଷା ଅନାସ୍ଥା ମାମଲା, ଜିଲାପାଳଙ୍କୁ ହାଜର ନିର୍ଦ୍ଦେଶ

କନ୍ଧମାଳ: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଆସ୍ଥା ଭୋଟରେ ହାରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାକୁ ନେଇ ଛକାପଂଝା ଚାଲିଛି। ଗତ ୨୩ ତାରିଖରୁ ଅନାସ୍ଥା ପ୍ରସ୍ତାବ ପାରିତ ହୋଇଥିଲେ ସୁଦ୍ଧା ଅଧ୍ୟକ୍ଷା ପଦବୀ ପାଇଁ ବର୍ତମାନ ସୁଦ୍ଧା କାହାରିକୁ ଦାୟିତ୍ୱ ଦିଆଯାଇନାହିଁ। ଜିଲାପାଳ ଆଜି ପର୍ଯ୍ୟନ୍ତ ପୌରାଧ୍ୟକ୍ଷାଙ୍କ ବହିସ୍କାର ଉପରେ କୌଣସି ଚିଠି ଜାରି କରି ନାହାନ୍ତି। ଫଳରେ ଏହାକୁ ନେଇ ବିଜେଡି କାଉନସିଲର ମୃତ୍ୟୁଞ୍ଜୟ ପେରା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାଜ୍ୟ ସରକାର ଏ ସମ୍ପର୍କରେ ତୁରନ୍ତ ଏ ସମ୍ପର୍କରେ ନିର୍ଦ୍ଦେଶ ଜାରୀ କରିବା ପାଇଁ ନିବେଦନ କରିଛନ୍ତି। ଏହାର ଶୁଣାଣୀ କରି ଆସନ୍ତା ୨୧ ତାରିଖରେ ଅଦାଲତରେ ହାଜର ହେବା ପାଇଁ କନ୍ଧମାଳ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।