ସମ୍ବଲପୁର,୧୧/୦୮: ସମ୍ବଲପୁର ଲେବର କୋର୍ଟ ର ପେସକାର୍ ମାଧବ ଚନ୍ଦ୍ର ନାୟକ (୬୧) ଙ୍କ ଆକସ୍ମିକ ବିୟୋଗରେ ଆଜି ଭୁତାପଡା ମଙ୍ଗଳା ମନ୍ଦିର ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା I ମାଁ ମଙ୍ଗଳାଙ୍କ ପରମ ଭକ୍ତ ଥିବା ଶ୍ରୀ ନାୟକ ମୟୁରଭଞ୍ଜ ଜ଼ିଲ୍ଲା ପୁରୁଣାପାଣି, ଅସନବଣୀ, କନ୍ଦଳିଆ ମୂଳ ନିବାସୀ ଅଟନ୍ତି I ସେ ଜଣେ ଅତ୍ୟନ୍ତ ମେଳାପୀ, ମିଷ୍ଠଭାଷୀ ତଥା ପରୋପକାରୀ ମଣିଷ ଥିଲେ I ମଙ୍ଗଳା ମନ୍ଦିର କମିଟି ର ରବୀନ୍ଦ୍ର କୁମାର ଜେନା, ରମାକାନ୍ତ ଜେନା, ହୀରାଲାଲ ବେହେରା, ସରୋଜ ସାହୁ, ସାଧବ ପ୍ରଧାନ, ପୂଜକ ମହେଶ୍ୱର ପଣ୍ଡା, ରସାନନ୍ଦ ବେହେରା, ମହେନ୍ଦ୍ର ଭୋଇ , ସୁବୋଧ କୁମାର ଦାସ, ପ୍ରଦୀପ ସାହୁ, ବିଜୟ ପଟ୍ଟନାୟକ, ଅମୁଲ୍ୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ମାଧବ ଚନ୍ଦ୍ର ନାୟକ ଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ I ସଭା ପ୍ରାରମ୍ଭ ରେ ୨ ମିନିଟ ନିରବ ପ୍ରାଥନା ପରେ ସଭା ଆରମ୍ଭ ହୋଇଥିଲା l
ଲେବର କୋର୍ଟ ପେସକାର୍ ମାଧବ ଚନ୍ଦ୍ର ନାୟକଙ୍କ ବିୟୋଗରେ ଶୋକସଭା
