Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟିପତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଚଢଉ, ପୁଳାପୁଳା ସୁନା ଓ ହୀରା ଗହଣା ଜବତ

ଭୁୁବନେଶ୍ୱର: ଜଣେ ପରେ ଜଣେ ଦୁର୍ନୀତିଗସ୍ତ ଅଧିକରୀ ହେଉ ବା ଯନ୍ତ୍ରୀ ସବୁ ଭିଜିଲାନ୍ସ ଜାଲରେ ପଡିବାରେ ଲାଗିଛନ୍ତି । ଏକରେ ଆରକେ ବଳି । ଏହି କ୍ରମରେ ଭିଜିଲାନ୍ସ ଜାଲରେ ଆଉ ଜଣେ ପଡିଛନ୍ତି ପୂର୍ବତନ ମୁଖ୍ୟଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର ଆଣ୍ଡ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଭୁବନେଶ୍ୱର ଆପାର୍ଟମେଣ୍ଟରୁ ପୁଳାପୁଳା ସୁନା ଓ ହୀରା ଗହଣା ଜବତ କରିଛି ଭିଜିଲାନ୍ସ।

ତାରା ପ୍ରସାଦଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟରେ ଥିବା ଘର, ଖଣ୍ଡଗିରି କସମୋପଲିସରେ ଥିବା ଫ୍ଲାଟ୍, ଝାରସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ୍, କଟକ ଆଠଗଡ଼ରେ ଥିବା ପୈତୃକ ଘର ଓ ତିଗିରିଆରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି।

ପୂର୍ବତନ ମୁଖ୍ୟଯନ୍ତ୍ରୀ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭଯୋଗ ହୋଇଥିଲା। ଭିଜିଲାନ୍ସ ଅଧିକାରୀ ଘଟଣାର ତଦନ୍ତ କରି ଆଜି ସକାଳେ ତାରା ପ୍ରସାଦଙ୍କ ଘରେ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ୧୨ ଡିଏସପିଙ୍କ ନେତୃତ୍ୱରେ ୧୨ ଇନ୍ସପେକ୍ଟର,୧୬ ଜଣ ଏଏସ୍‌ଆଇଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।