ଆଜି କ୍ୟାବିନେଟ୍‌ ବୈଠକ; ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ବାଜିପାରେ ମୋହର


ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ବାଜିପାରେ ମୋହର। ଏହି ବୈଠକର ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଅପରାହ୍ନ ୫ଟା ୩୦ରେ ବୈଠକ ବସିବ ।

ବୈଠକରେ ୧୩ରୁ ଅଧିକ ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । କୃଷି, ଶିଳ୍ପ, ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ ଓ ରାଜସ୍ବ ବିଭାଗ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି।