Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାମରେ ଆସୁନି ସର୍ବସାଧାରଣ ଶୌଚାଳୟ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସର୍ବସାଧାରଣ ଶୌଚାଳୟ କାମରେ ଆସୁନି। ସୁବର୍ଣ୍ଣପୁର ର ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିର ସାମାନାରେ ଭକ୍ତଙ୍କ ଉଦ୍ଦେଶ୍ୟ ରେ ନିର୍ମିତ ହେଇଥିଲା ସର୍ବସାଧାରଣ ଶୌଚାଳୟ। ଏଥି ପାଇଁ ମୁକ୍ତା ଯୋଜନାରୁ ବ୍ୟାପକ ଅର୍ଥ ମଧ୍ୟ ବରାଦ ହୋଇଥଲା କିନ୍ତୁ ତାହା ବନ୍ଦ ପଡିଛି। ପ୍ରଭୁ ସୁବର୍ଣ୍ଣମେରୁ ମନ୍ଦିର ଠାରେ ଶ୍ରାବଣ ମାସରେ ମାସ ସାରା ଜଳଶାୟୀ ତଥା ଭକ୍ତଙ୍କ ଗହଳି ଲାଗି ରହୁ ବେଳେ ଭକ୍ତ ମାନେ ଏଣେ ତେଣେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଆଜି ମଧ୍ୟ ଶ୍ରାବଣ ସୋମବାର ଯୋଗୁଁ ହଜାର ହଜାର ସଂଖ୍ୟାରେ ଜନସମାଗମ ହୋଇଥିବା ବେଳେ ତାହା ବନ୍ଦ ପଡ଼ିଥିବା ଦେଖାଯାଇଥିଲା। ଏ ନେଇ ଭକ୍ତ ଙ୍କ ମନରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ସ୍ଥାନୀୟ ବୁଦ୍ଧିଜୀବି ମାନେ ସୋନପୁରରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କେବଳ ଅଫିସର ଓ ଠିକାଦାର ମାନଙ୍କ ସ୍ବାର୍ଥରେ ଉଦ୍ଦିଷ୍ଟ ବୋଲି ମତ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ