Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଏସ୍‌ଏସ୍‌ସି ପ୍ରଶ୍ନପତ୍ରରେ ତ୍ରୁଟି; ଓଡ଼ିଆରେ ଆସିଥିଲା ପ୍ରଶ୍ନ, ହେଲେ ବୁଝି ପାରିଲେନି ପିଲା

ଭୁବନେଶ୍ବର: ଓଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି। ମାତୃଭାଷାରେ ଆସିଥିଲା ପ୍ରଶ୍ନ ହେଲେ ବୁଝି ପାରିଲେନି ପରୀକ୍ଷାର୍ଥୀ। ପ୍ରଶ୍ନପତ୍ର ଦେଖି ପରିକ୍ଷାର୍ଥୀଙ୍କ ହୋସ ଉଡିଗଲା। ଉତ୍ତର ଲେଖିବା ତ ଦୂରର କଥା ପ୍ରଶ୍ନ ବୁଝିପାରିଲେନି ପିଲା। ପ୍ରଶ୍ନପତ୍ରରେ ଏଭଳି ତ୍ରୁଟି ପରିଲକ୍ଷିତ ହୋଇଥିବା ଅଭିଯୋଗ ପରେ ଏହା ବିରୋଧରେ ତାତିଛନ୍ତି ଛାତ୍ରଛାତ୍ରୀ ।

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ପରୀକ୍ଷା ହେଉଥିଲା। ପରୀକ୍ଷାର ପ୍ରଶ୍ନପତ୍ର ଓଡ଼ିଆ ଭାଷାରେ ଲେଖା ଯାଇଥିଲା। ଫଳରେ ନିଜ ମାତୃଭାଷାରେ ପରୀକ୍ଷା ଦେଇଥାନ୍ତେ ପିଲା। ହେଲେ ଠିକ୍‌ ସମୟରେ ବୁଝି ପାରିଲେନି ପ୍ରଶ୍ନ।

ପ୍ରଶ୍ନପତ୍ର ଓଡ଼ିଆରେ ଥିଲେ ବି ସେଥିରେ ଥିବା ମୁଦ୍ରଣଜନିତ ତ୍ରୁଟି ଯୋଗୁ ତାହାକୁ ସମୟ ମଧ୍ୟରେ ବୁଝିବା କାଠିକର ପାଠ ହୋଇଗଲା। ଫଳରେ ପରୀକ୍ଷା ପଶିଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ହଲ୍‌କୁ ଯାଇଥିବା ଛାତ୍ରଛାତ୍ରୀ ବି ନିଜ ଉତ୍ତରରେ ସନ୍ତୁଷ୍ଟ ନାହାନ୍ତି।