ସମ୍ବଲପୁର:ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ.) ସମ୍ବଲପୁର ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ।
ଜିଲ୍ଲା କାର୍ଯ୍ୟାଳୟରେ ପହଂଚିବା ସମୟରେ ଡେପୁଟି କଲେକଟର ଓ ବିଭିନ୍ନ ବିଭାଗୀୟ ପଦାଧିକାରୀ ତାଙ୍କୁ ସ୍ୱାଗତ କରିବା ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପରେପରେ ଜିଲ୍ଲାପାଳ ବାମରା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ରେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ୨୦୧୬ ବ୍ୟାଚ୍ ଓଡ଼ିଶା କ୍ୟାଡର୍ର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂର୍ବରୁ ଗୁଣୁପୁର ରେ ଉପଜିଲ୍ଲାପାଳ, ବ୍ରହ୍ମପୁର ମହାନଗର ନିଗମର କମିସନର ଓ ଭଦ୍ରକ ଜିଲ୍ଲାପାଳ ଭାବେ କାର୍ଯ୍ୟକରି ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି ।
ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ସିଦ୍ଧେଶ୍ଵର ବଳିରାମ ବୋନ୍ଦର
