ସମ୍ବଲପୁର:ସୋମବାର ଵାମରା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ.) ଏବଂ ଏସ.ପି ସମ୍ବଲପୁର ଶ୍ରୀ ମୁକେଶ କୁମାର ଭାମୂ (ଆଇ.ପି.ଏସ.)ଙ୍କ ର ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା | ମୋଟ ୬୨ ଟି ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରୁ ୩୪ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୨୬ ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା ଏବଂ ରେଡ କ୍ରସ ଅଧୀନ ରେ ସହାୟତା ପାଇଁ ୨ ଟି ଆବେଦନ ଆସିଥିଲା। ଆସନ୍ତା ଅଗଷ୍ଟ ମାସ ୨୦ ରେ ଅଭିଯୋଗ ଶୁଣାଣି ବ୍ଲକ୍ କାର୍ଯ୍ୟାଳୟ ନାକଟିଦେଉଳ ଏବଂ ୨୭ ରେ କୁଚିଣ୍ଡା ଠାରେ ଅନୁଷ୍ଠିତ ହେବ |
ଵାମରା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି
