Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗତ ୯ ବର୍ଷରେ ତିଆରି ହୋଇଛି ୫୦ ହଜାର କିମି ରାସ୍ତା

ନୂଆଦିଲ୍ଲୀ: ପ୍ରତିଟି ଦେଶରେ ଅର୍ଥନୀତିର ପ୍ରଥମ ପାହାଚ ହେଉଛି ପରିବହନ ଓ ଯୋଗାଯୋଗର ସୁବିଧା। ପରିବହନ ଓ ଯୋଗାଯୋଗ ସୁବିଧା ଥିଲେ ସେଠାରେ ଅର୍ଥନୀତି ବିକାଶ ଆଡକୁ ଗତି କରିଥାଏ। ଏଥିପାଇଁ ଆବଶ୍ୟକ ସୁଗମ ସଡ଼କପଥ। ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ସଡ଼କ ପଥରେ ଭାରତକୁ ଉତ୍ତମ ଭାବରେ ଯୋଡ଼ିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଭିତ୍ତିଭୂମି ନବୀକରଣ ପାଇଁ ଗତ ୯ ବର୍ଷ ମଧ୍ୟରେ ଜାତୀୟ ରାଜପଥ ୫୦ ହଜାର କିଲୋମିଟର ଯୋଗ କରାଯାଇଛି।

ରିପୋର୍ଟ ଅନୁଯାୟୀ ଦେଶରେ ୨୦୧୪-୧୫ ପର୍ଯ୍ୟନ୍ତ ଜାତୀୟ ରାଜପଥର ମୋଟ ଲମ୍ବ ୯୭,୮୩୦ କିମି ରହିଥିଲା। ଯାହା ୨୦୨୩ ମାର୍ଚ୍ଚରେ ବଢ଼ି ୧,୪୫,୧୫୫ କିଲୋମିଟର ହୋଇଛି। ୨୦୧୪-୧୫ରେ ପ୍ରତିଦିନ ୧୨.୧ କିମି ସଡ଼କ ନିର୍ମାଣ ହେଉଥିଲା। ହେଲେ ୨୦୨୧-୨୨ରେ ଦେଶରେ ସଡ଼କ ନିର୍ମାଣ ଗତି ବଢ଼ି ଦୈନିକ ୨୮.୬ କିମି ହୋଇଛି।

ରିପୋର୍ଟ ଅନୁସାରେ, ପ୍ରତିବର୍ଷ ପାଖାପାଖି ୮୫ ପ୍ରତିଶତ ଯାତ୍ରୀମାନଙ୍କ ଯାତାୟତ ଓ ୭୦ ପ୍ରତିଶତ ମାଲ ପରିବହନ ସଡ଼କ ପଥରେ ହିଁ କରାଯାଇଥାଏ। ଦେଶକୁ ଆଗକୁ ବଢିବାକୁ ହେଲେ ଉତ୍ତମ ସଡ଼କ ସଂଯୋଗ ବ୍ୟବସ୍ଥା ନିହାତି ଆବଶ୍ୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ