Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନୂଆଦିଲ୍ଲୀରେ ଗଠିତ ହେଲା ପଶ୍ଚିମ ଓଡ଼ିଶା ଛାତ୍ର ସଂଗଠନ :ସୌମ୍ୟରଂଜନ ସଭାପତି ଓ ଅନନ୍ତ ସାଧାରଣ ସମ୍ପାଦକ

ସମ୍ବଲପୁର :ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତି ସାରା ବିଶ୍ବରେ ବିଦିତ ହୋଇସାରିଛି। ଆଜି ନୂଆଦିଲ୍ଲୀରେ ପଶ୍ଚିମ ଓଡ଼ିଶା ଛାତ୍ର ସଂଘଟନ ର ହଉଜଖାସ ସ୍ତିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ପାଖ ଡିଅର ପାର୍କ ରେ ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଯାଉଛି।ଏଥିରେ ଦିଲ୍ଲୀ ରେ ପଢୁଥିବା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଛାତ୍ର ଛାତ୍ରୀ ନେତୃତ୍ୱ ନେଉଛନ୍ତି । ଯେଉଁଥିରେ ଜବାହାଲ ଲାଲ ନେହୁରୁ ବିଶ୍ଵବିଦୟାଳୟ,ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ଦିଲ୍ଲୀ ବିଶ୍ବବିଦ୍ୟାଳୟ,ଆଇ ଆଇଟି ଦିଲ୍ଲୀ, ଓ ଆଇଆଇଏମଏସ ରେ ପଢୁଥିବା ଛାତ୍ର ଛାତ୍ରୀ ସାମିଲ ଅଛନ୍ତି।ଏହି ସଂଘଠନ ର ମୂଳ ଲକ୍ଷ ହେଲା ନିଜ ଅଞ୍ଚଳ ର କଳା ,ସଂସ୍କୃତି ଓ ପରମ୍ପରା କୁ ଦିଲ୍ଲୀ ରେ ଲୋକଳଚନକୁ ଆଣିବା।ଏହି ସଂଘଠନ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମସ୍ୟା କୁ ନେଇ ମଧ୍ୟ ଦିଲ୍ଲୀ ରେ ସରକାର ଙ୍କ ପାଖରେ ଦାବି ରଖେ। ଏହି ଛାତ୍ର ସଂଘଠନ ଦିଲ୍ଲୀ ରେ ନୂଆଖାଇ, ପୁସ୍ପୁନି,ସମ୍ବଲପୁରୀ ଦିନ,ବିଭିନ୍ନ ପର୍ବପର୍ବାଣୀ, ବିଭିନ୍ନ ସମସ୍ୟା ର ସମାଧାନ ମଧ୍ୟ କରିବାରେ ତତ୍ପରତା ଦେଖାଉଛି। ଆସନ୍ତା ସେପ୍ଟେମ୍ବର ମାସରେ ପଶ୍ଚିମ ଓଡ଼ିଶା ଛାତ୍ର ସଂଘଠନ ,ଦିଲ୍ଲୀ ତରଫରୁ ବେଶ୍ ଧୁମ୍ ଧାମରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ କରାଯିବ ବୋଲି କୁହାଯାଇଛି। ଏହି ନୂତନ କାର୍ଯ୍ୟକାରିଣୀ ରେ ସଭାପତି ଭାବରେ ,ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ଦିଲ୍ଲୀ ର ଶ୍ରୀ ସୌମ୍ୟରଂଜନ ବଡ଼ପଣ୍ଡା ଙ୍କୁ ମନୋନୀତ କରାଯାଇଛି,ଯିଏ କି ବର୍ତ୍ତମାନ ସଂସ୍କୃତ ରେ ଗବେଷଣା କରୁଛନ୍ତି। ଉପସଭାପତି ଭାବେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ର ଶୃତିଶ୍ରୀ ପଣ୍ଡା ଓ ସନ୍ ମୋହନ ପତି,ସାଧାରଣ ସମ୍ପାଦକ ଭାବେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ର ଅନନ୍ତ କ୍ରିଷ୍ଣା ବେହେରା,ସହ ସମ୍ପାଦକ ଭାବେ ସଂସ୍କୃତ ବିଶ୍ବବିଦ୍ୟାଳୟ ର ନୀଳାମ୍ବର ଦାସ ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟ ର ସ୍ବସ୍ତି ସୁଦଶା ପୁରୋହିତ, JNU ର ମଣିଭଦ୍ର ନାଏକ,କୋଷାଧ୍ୟକ୍ଷ ଭାବେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ର ଶୁଭଙ୍କର ମିଶ୍ର,ସାଂସ୍କୃତିକ ସଂଯୋଜକ ଭାବେ JNU ର ନୀଳାମ୍ବର ବାଗ, ସହ ସାଂସ୍କୃତିକ ସଂଯୋଜକ ଭାବେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ର ଦୀପ୍ତିଶିଖା କୁଳୁ, ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ର ଫାଲଗୁନୀ ନାଏକ ଓ ପ୍ରିତମ ମହାନା ଙ୍କୁ ୨୦୨୪-୨୫ ବର୍ଷ ପାଇଁ ଦାଇତ୍ୱ ପ୍ରଦାନ କରାଯାଇଛି। ସଭାପତି ପଦ ଗ୍ରହଣ କରିବାପରେ ଶ୍ରୀ ସୌମ୍ୟରଂଜନ ବଡ଼ପଣ୍ଡା କହିଛନ୍ତି ମା ସମଲେଶ୍ଵରୀ ଆମ ସମସ୍ତଙ୍କୁ ଏକାଠି କରି ଦିଲ୍ଲୀ ରେ ନିଜ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରା,ଭାଷା କୁ ପ୍ରଚାର ପ୍ରସାର କରିବା ପାଇଁ ଆଶୀର୍ବାଦ ପ୍ରଦାନ କରିବେ।