Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଲି ଲଞ୍ଚ ହେବ ଦେଶର ପ୍ରଥମ ୱାଟର ମେଟ୍ରୋ ପ୍ରକଳ୍ପ

ନୂଆଦିଲ୍ଲୀ: କୋଚିରେ ଭାରତର ପ୍ରଥମ ୱାଟର ମେଟ୍ରୋ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକଳ୍ପ ସୁଲଭ ତଥା ବିଳାସପୂର୍ଣ୍ଣ ହେବ। ଏହି ପ୍ରକଳ୍ପ ମାଧ୍ୟମରେ ୧୦ ଟି ଛୋଟ ଦ୍ୱୀପକୁ ସଂଯୋଗ କରାଯିବ।

ଲୋକମାନଙ୍କ ଯାତାୟତକୁ ଆହୁରି ସରଳୀକରଣ କରିବା ଲାଗି ଏହି ପ୍ରକଳ୍ପ ଆରମ୍ଭ ‌ହେଉଛି। ଏହି ବନ୍ଦର ସହରକୁ ୪୪ଟି ନଦୀ ଘେରି ହୋଇ ରହିଛି। ଏହି କାରଣରୁ ଲୋକମାନଙ୍କୁ ଆସିବା ଏବଂ ଯିବା କଷ୍ଟକର ଏବଂ ସେମାନଙ୍କୁ ପ୍ରତିଦିନ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଅନେକ ସ୍ଥାନକୁ ଯିବା ପାଇଁ ଲୋକମାନେ ଆବଶ୍ୟକତାଠାରୁ ଅଧିକ ସମୟ ନିଅନ୍ତି। ଏଭଳି ପରିସ୍ଥିତିରେ ୱାଟର ମେଟ୍ରୋ ପ୍ରକଳ୍ପ ଏକ ଗେମ୍‌ ଚେଞ୍ଜର ହୋଇପାରେ ବୋଲି ଜଣାପଡ଼ିଛି। ଏହି ସମନ୍ୱିତ ପ୍ରକଳ୍ପ ମାଧ୍ୟମରେ ରେଳ ପଥ, ସଡକ ପଥ ଏବଂ ଜଳ ପଥକୁ ସଂଯୋଗ ହୋଇପାରେ ବୋଲି ସୂଚନା ମିଳିଛି।

ଏହି ପ୍ରକଳ୍ପର ଶୁଭାରମ୍ଭ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ କରିବେ। ଏହାର ନିର୍ମାଣରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହା ଲୋକଙ୍କୁ ନିରାପଦ, ସୁଲଭ ଏବଂ ପକେଟକୁ ସୁହାଇଲା ଭଳି ଯାତ୍ରା ଯୋଗାଇବା ସହ ପର୍ଯ୍ୟଟନକୁ ମଧ୍ୟ ବୃଦ୍ଧି କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ହେବା ନେଇ ଆଶା କରାଯାଉଛି।

ଏହି ସେବା ଦୁଇଟି ରୁଟରେ ୮ଟି ‌ଇଲେକ୍‌ଟ୍ରିକ୍‌ ହାଇବ୍ରିଡ୍‌ ବୋଟ୍‌ ସହିତ ଆରମ୍ଭ ହେବ। ହାଇକୋର୍ଟରୁ ଭ୍ୟାପିନ୍‌ ଏବଂ ଭ୍ୟାଟିଲା ଠାରୁ କାକନାଡ ପର୍ଯ୍ୟନ୍ତ ଚାଲିବ। ଯାତ୍ରୀମାନେ ହାଇକୋର୍ଟ ଟର୍ମିନାଲରୁ ଭ୍ୟାପିନ୍‌ ଟର୍ମିନାଲରେ ୨୦ ମିନିଟରୁ କମ୍ ସମୟ ମଧ୍ୟରେ ପହଞ୍ଚିପାରିବେ। ସେହିପରି ଭ୍ୟାପିନ୍‌ରୁ କାକନାଡରେ ୨୫ ମିନିଟ୍ ମଧ୍ୟରେ ପହଞ୍ଚି ପାରିବେ। ମୋଟ ପ୍ରୋଜେକ୍ଟରେ ୭୮ ଟି ବୈଦ୍ୟୁତିକ ଡଙ୍ଗା ଏବଂ ୩୮ ଟି ଟର୍ମିନାଲ୍ ଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ