Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ମହାବିଦ୍ୟାଳୟରେ ମେଗା ବୃକ୍ଷରୋପଣ

ସମ୍ବଲପୁର /କୁଚିଣ୍ଡା :ବୃକ୍ଷ ହିଁ ଜୀବନ। ବୃକ୍ଷ ବିନା ମଣିଷ ବଞ୍ଚିବା ଅସମ୍ଭଵ।ଏହି ପରିପ୍ରେକ୍ଷୀରେ ଆଜି କୁଚିଣ୍ଡା ମହାବିଦ୍ୟାଳୟର IQAC ଏବଂ ପୁରାତନ ଛାତ୍ର ସଂସଦ ମିଳିତ ଆନୁକୁଲ୍ୟରେ କଲେଜ ଖେଳ ପଡିଆରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। କୁଚିଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଚିତ୍ରା ମିଶ୍ର ଏବଂ ମହାବିଦ୍ୟାଲୟ ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫୁଲ୍ଲ ସାହୁ, ସାଧାରଣ ସମ୍ପାଦକ ବାବୁନି ମହାନ୍ତି, ସଭ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କୁଚିଣ୍ଡା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ତଥା କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ପ୍ରାୟ ୨୫୦ଟି ଗଛ ଲଗାଇଥିଲେ। । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମହାବିଦ୍ୟାଲୟର ଏନସିସି, ଏନଏସଏସ, ଛାତ୍ର ଛାତ୍ରୀ, ସମାଜସେବି, ସାମ୍ୱାଦିକ , ବରିଷ୍ଟ ନାଗରିକ ସାମିଲ ହୋଇ ଗଛ ଲଗାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ