Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍ଯ୍ୟରେ ଯୋଗ ଦେଲେ ସୁନ୍ଦରଗଡ଼ ନୂତନ ଜିଲ୍ଲାପାଳ ମନୋଜ ସତ୍ୟୱାନ

ସମ୍ବଲପୁର: ସୁନ୍ଦରଗଡ଼ ଜିଲ୍ଲା ରେ ନୂତନ ଜିଲ୍ଲାପାଳ ଆଜି ଯୋଗଦାନ କରିଛନ୍ତି। ୨୦୧୯ ବ୍ୟାଚ ର ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି। ଯୋଗ ଦେଲା ପରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଶ୍ରୀ ଆଶୁତୋଷ କୁଲକର୍ଣି ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉ କି ଏହା ପୂର୍ବରୁ ଶ୍ରୀ ମହାଜନ ରାୟଗଡ଼ ଜିଲ୍ଲା ର ଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିଲେ ଏବଂ ସୁନ୍ଦରଗଡ଼ ଜିଲ୍ଲା ରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭାବେ ମଧ୍ୟ ଅବସ୍ଥାପିତ ଥିଲେ