Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସସିବିରେ କଳଙ୍କର ଛିଟା, ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ

କଟକ: ରାଜ୍ୟର ସବୁଠୁ ବଡ଼ ମେଡିକାଲ କଟକ ଏସ୍‌ସିବି ଉପରେ ଲାଗିଛି କଳଙ୍କର ଛିଟା। ମେଡିକାଲ୍‌କୁ ଚିକିତ୍ସା ହେବାକୁ ଆସିଥିବା ୨ ଜଣ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍ ପୋଲିସ୍ ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି।

ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଦୁଷ୍କର୍ମ କରାଯିବା ଅଭିଯୋଗ ଆସିବା ପରେ ମଙ୍ଗଳା ବାଗ ଥାନା ପୋଲିସ ତଦନ୍ତ କରିଥିଲା। ପୀଡ଼ିତାଙ୍କ ବୟାନ ଓ ଅନ୍ୟ ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଥା କହିଛନ୍ତି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର। ସେପଟେ ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। କମିଟିରେ ଡିଏମଇଟି ସନ୍ତୋଷ ମିଶ୍ର, ଏସସିବି ଅଧୀକ୍ଷକ ସୁଧାଂଶୁ ମିଶ୍ର ଓ ଯୁଗ୍ମ ଡିଏମଇଟି ରୋମା ରତନ ରହିଛନ୍ତି।

ଅନ୍ୟପଟେ କୋର୍ଟ ଚାଲାଣ ସମୟରେ ଅଭିଯୁକ୍ତ ଙ୍କ ପରିବାର ଲୋକେ ପ୍ରତିକ୍ରିୟା ରଖିଛନ୍ତି। ତିନି ବର୍ଷ ହେବ ଡାକ୍ତର ଦିଲବାଗ ସିଂ ଏସସିବିରେ ପଢୁଛନ୍ତି। ତାଙ୍କୁ ଏଭଳି ମିଛ ମାମଲାରେ ଫସାଇ ଦିଆ ଯାଇଛି। ତାଙ୍କର ବ୍ୟବହାର ଓ ଚରିତ୍ର ନେଇ ପୂର୍ବରୁ କିଛି ଅଭିଯୋଗ ନାହିଁ। ଅଭିପୋଗକାରିଣୀଙ୍କ ସଂପର୍କୀୟଙ୍କ ଅନୁରୋଧ ରେ ସେ ଛୁଟି ଦିନରେ ଇକୋ କରିବାକୁ ଆସିଥିଲେ। ସେ ଜଣେ ଡାକ୍ତରୀ ଛାତ୍ର। ଯଦି ଅସଦାଚରଣ କଲେ ତେବେ ଅଭିଯୋଗ ନ କରି ମାଡପିଟ କଲେ କାହିଁକି। ଆମକୁ ନ୍ୟାୟ ଦରକାର ବୋଲି କହିଛନ୍ତି ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁରଙ୍କ ସମ୍ପର୍କୀୟ ମାନେ କହିଛନ୍ତି।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ୨ ରୋଗୀ(ମହିଳା) ଏସ୍‌ସିବିର ହୃଦୟ ରୋଗ ବିଭାଗକୁ ଆସିଥିଲେ। ବିଶେଷଜ୍ଞ ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଇକୋ କରିବା ପାଇଁ ସମ୍ପୃକ୍ତ ଡାକ୍ତର ପରାମର୍ଶ ଦେଇଥିଲେ। ସେହିଦିନ ଇକୋ ହୋଇନପାରିବାରୁ ୨ ମହିଳା ଫେରି ଯାଇଥିଲେ। ଡାକ୍ତରଙ୍କ ପରାମର୍ଶରେ ଦୁଇ ମହିଳା ରବିବାର ମେଡ଼ିକାଲ୍ ଆସିଥିଲେ। ସେଦିନ ମେଡ଼ିକାଲ୍ ଛୁଟିଥିବା ସତ୍ତ୍ୱେ ଡାକ୍ତର ଦୁଇ ମହିଳା ରୋଗୀଙ୍କୁ ଇକୋ କରିବା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ତେବେ ଛୁଟି ଦିନରେ କେମିତି ମହିଳାଙ୍କୁ ଡକାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପୀଡ଼ିତଙ୍କ ଦୁଇ ସମ୍ପର୍କୀୟ (ଯେଉଁମାନେ ଏସ୍‌ସିବି ମେଡିକାଲ୍‌ରେ ଅଣ୍ଡର ଗ୍ରାଜୁଏଟ୍ ଡାକ୍ତରୀ ପାଠ ପଢ଼ୁଛନ୍ତି) ଏ ସମ୍ପର୍କରେ ଜାଣିପାରି ସମ୍ପୃକ୍ତ ଡାକ୍ତରଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ଡାକ୍ତର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସେହି ମେଡ଼ିକାଲ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଡାକ୍ତରଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

ଦୁଇ ପୀଡ଼ିତଙ୍କ ସମ୍ପର୍କୀୟମାନେ ଏନେଇ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍ ପୋଲିସ୍ ମାମଲା ରୁଜୁ କରି ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି। ଏଥିସହ ଦୁଇ ପୀଡ଼ିତାଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଥିବା ବେଳେ, ଆସନ୍ତାକାଲି ୧୬୪ ଧାରାରେ ବୟାନ ରେକର୍ଡ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ