ସମ୍ବଲପୁର:ସୋମବାର ବାସୁଦେବ ଗୋଦାବରୀ ଡ଼ିଗ୍ରୀ ମହାବଦ୍ୟାଳୟରେ ହର ଘର ତିରଙ୍ଗା ଓ ବନମହୋତ୍ସବ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୟାସାଗର ପ୍ରଧାନଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି। ପ୍ରଥମେ ଏକ ସଭକର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଦୟାସାଗର ପ୍ରଧାନ ହର ଘର ତିରଙ୍ଗା ଓ ବନ ମହୋତ୍ସବ କାର୍ଯ୍ୟକ୍ରମର ମହତ୍ତ୍ଵ ବିଷୟରେ ବୁଝାଇଥିଲେ । ଦେଶର କଷ୍ଟଲବ୍ଧ ସ୍ଵାଧୀନତା ବଜାୟ ରଖିବାକୁ ଓ ଆଜାଦିର ଅମୃତ ମହୋତ୍ସବ ପାଳନ କରିବାକୁ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛା ସେଵୀ ମାନଙ୍କୁ ଉପଦେଶ ଦେଇଥିଲେ । ଜାତୀୟ ସେବା ଯୋଜନାର ସଂଯୋଜକ ଅଧିକାରୀ ବିନୋଦ ବିହାରୀ ପୃଷେଠ ଦେଶର ସ୍ଵାଧୀନତା ସଂଗ୍ରାମରେ ଯୁବ ସମାଜର ଭୂମିକା ଓ ସାଂପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଓ ବୃକ୍ଷରୋପଣର ଆବଶ୍ୟକତା ବିଷୟରେ ବୁଝାଇଥିଲେ ଓ ଶେଷରେ ଏକ ସଚେତନତା ପଦଯାତ୍ରା ଆୟୋଜିତ କରାଯାଇଥିଲା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଲୟର ସମସ୍ତ ଜାତୀୟ ସେବା ଯୋଜନାର ସ୍ଵେଚ୍ଛା ସେବୀ ଯଥା ତୃପ୍ତିମୟୀ ବିଶ୍ଵାଳ, ବବିତା ପାତ୍ର, ଧବଳେଶ୍ୱର ସାହୁ ଓ ଅନ୍ୟ ସ୍ଵେଚ୍ଛା ସେବୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କଲେଜର ରସାୟନ ବିଜ୍ଞାନ ଦେମୋନଷ୍ଟ୍ରେଟର ଆଲୋକ ପଟେଲ୍ , ଅର୍ଥନୀତି ଅଧ୍ୟାପକ ରୋଷନ ଦତ୍ତ ଶର୍ମା ଯୋଗାଦେଇ କାର୍ଯ୍ୟକ୍ରମକୁ ସଫଳ କାରିଥିଲେl
ବାସୁଦେବ ଗୋଦାବରି ଡ଼ିଗ୍ରୀ ମହାବିଦ୍ୟାଳୟରେ ହର ଘର ତିରଙ୍ଗା ଓ ବନହୋତ୍ସବ କାର୍ଯ୍ୟକ୍ରମ
