Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁ ସାଥୀଙ୍କ ବିରୋଧରେ ବିଡିଓଙ୍କୁ ଦାବିପତ୍ର

ସମ୍ବଲପୁର:କୁଚିଣ୍ଡା ବ୍ଲକ ବାଙ୍କେ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଗାଁ ସାଥୀମାନେ ମନୋମୁଖୀ କାର୍ଯ୍ୟ କରୁଥିବା ନେଇ ଶ୍ରମିକମାନେ ବିଡିଓଙ୍କୁ ଫେରାଦ ହୋଇଛନ୍ତି। ୨୦୨୩-୨୪ ଆର୍ଥକ ବର୍ଷରେ ବାଙ୍କେ ପଞ୍ଚାୟତର ବାବୁମଲଟି, ବାଙ୍କେ ଓ କଟୁପାଲି ଆଦି ଗ୍ରାମରେ ଏହି ଗାଁ ସାଥୀମାନେ ପ୍ରସ୍ତାବିତ ପ୍ରକଳ୍ପରେ କାମ ନ‌କରି ଅନ୍ୟ ପ୍ରକଳ୍ପରେ କାମ କରାଇଛନ୍ତି। ଫଳରେ କାମ କରୁଥିବା ପ୍ରକୃତ ଶ୍ରମିକଙ୍କୁ ପ୍ରାପ୍ୟ ନ ଦେଇ ଅନ୍ୟ ଶ୍ରମିକଙ୍କ ନାମରେ ଅର୍ଥ ହଡ଼ପ ହୋଇଥିବା କୁହାଯାଇଛି। ଅନ୍ୟ ପକ୍ଷରେ କାମ କରୁଥିବା ଶ୍ରମିକଙ୍କ ନାମରେ ମାଷ୍ଟରରୋଲ ବାହାର ନ କରି ନିଜ ଲୋକଙ୍କ ଆକାଉଣ୍ଟ ଦେଇ ଟଙ୍କା ଉଠାଇ ନେଉଥିବା ଅଭିଯୋଗରେ ଦର୍ଶାଯାଇଛି। ଫଳରେ ଶ୍ରମିକମାନେ ମଜୁରି ପାଇଁ ପଞ୍ଚାୟତ ଓ ବ୍ଳକକୁ ଦୌଡି ନୟାନ୍ତ ହେଲେଣି। ତେଣୁ ତୁରନ୍ତ ସମ୍ପୃକ୍ତ ଗାଁ ସାଥୀଙ୍କ ବିରୋଧରେ ପଦକ୍ଷେପ ନେବାସହ ବଦଳି ଦାବି କରିଛନ୍ତି। ବିଡିଓ ନିରଞ୍ଜନ ସା ଏ ଦିଗରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସମିତି ସଭ୍ୟ ସମୀର କଉଡି, ସୂର୍ଯ୍ୟ କିଷାନ, ଜଗନ୍ନାଥ ପୃଷେଠ, ଦୁଃଖବନ୍ଧୁ କିଷାନ, ସୁଜିତ ଗୌଡ, ଶଶି କିଷାନ, ସ୍ବପ୍ଲେଶର କିଷାନ, ଅଜିତ ଷଣ୍ଢ, ଅତୁଲ୍ୟ ଷଣ୍ଢ, ସୁଗ୍ରୀ କିଷାନ, ବସନ୍ତ ମାଝି, ଜଗବନ୍ଧୁ ସୁକୁଲା, ସୁବ୍ରତ ନାଏକ, ମାନସ ନାଏକ, ବିଦ୍ୟାଧର ଧୂରୁଆ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ