Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିଲେ ସୁବର୍ଣ୍ଣପୁରର ଛାତ୍ର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ଦିଲ୍ଲୀ ଜେଏନୟୁ ରେ ଅଧ୍ୟୟନ କରୁଥିବା ସୁବର୍ଣ୍ଣପୁର ର ଛାତ୍ର ନୀଳାମ୍ବର ଦାଶ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ତାଙ୍କ ସହ ଉକ୍ତ ସମୟରେ ସୌମ୍ୟ ରଞ୍ଜନ ବଡ଼ପଣ୍ଡା, ରାଜୀବ କୁମାର ଦଣ୍ଡସେନା, ଚନ୍ଦନ ରଣା, ଅଜୟ ଭୋଇ, କ୍ଷିତେଶ ଖମାରୀ ପ୍ରମୁଖ ଛାତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଆଲୋଚନା କରିଥିଲେ। ସେଠାରେ ଛାତ୍ର ମାନେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିବା ସହିତ ନିଜ ଅଞ୍ଚଳର କେମିତି ବିକାଶ ହେବ ସେ ବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ ଓ ଓଡ଼ିଶାରୁ ଦିଲ୍ଲୀକୁ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀ ମାନେ କେମିତି ଅସୁବିଧାର ସମ୍ମୁଖୀନ ନ ହେବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। କିଛି ଦିନ ପୂର୍ବରୁ ନୀଳାମ୍ବର ଦାଶଙ୍କ ପ୍ରଚେଷ୍ଟାରେ ନିଜ ଅଞ୍ଚଳ ବୀରମହାରାଜପୁର ଠାରେ କରାଯାଇଥିବା ବୃକ୍ଷ ରୋପଣ କାର୍ଯ୍ୟକୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଜାଣିବା ପରେ ବହୁତ ପ୍ରଶଂସା କରି ଶୁଭେଚ୍ଛା ଦେବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ