Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବର୍ଷାରେ ଭିଜି ଭିଜି ତ୍ରିରଙ୍ଗା ଯାତ୍ରା:ଉତ୍ସାହ ଉଦ୍ଦୀପନାରେ ସମ୍ବଲପୁର ବିଜେପି ପକ୍ଷରୁ ସମ୍ପନ୍ନ

ସମ୍ବଲପୁର:୨୦୨୨ ରୁ ୨୦୪୭ ଭାରତ ସ୍ୱାଧୀନତା ର ଅମୃତ କାଳ ରେ ରାଷ୍ଟ୍ରବାଦ ର ପରାକାଷ୍ଠା କୁ ଆହୁରି ସାଣିତ ଓ ରୁଦ୍ଧିବନ୍ତ କରିବା ଉଦ୍ଦେଶ୍ୟ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ରାଷ୍ଟ୍ରବାଦ ଜାଗାରଣ ପାଇଁ ଦେଶ ବ୍ୟାପି ବିବିଧ କାର୍ଯ୍ୟକ୍ରମ ଚାଲୁଛି । ବର୍ତ୍ତମାନ ଆଉ ସ୍ୱାଧୀନତା ଦିବସ ଗୋଟିଏ ଦିନ ରେ ସୀମିତ ହୋଇ ରହି ନାହିଁ । ସ୍ୱାଧୀନତା ଦିବସ ଅବସରରେ ବିଜେପି ପକ୍ଷରୁ ଦେଶ ବ୍ୟାପି ସ୍ୱଚ୍ଛ ଭାରତ ଅଭିଯାନ ରେ ଗଣ ସଫେଇ କାର୍ଯ୍ୟକ୍ରମ, ହର ଘର ତ୍ରିରଙ୍ଗା, ତ୍ରିରଙ୍ଗା ଯାତ୍ରା ଭଳି ଅନେକ କାମ ହାତକୁ ନିଆ ଯାଇଛି ।
ସମ୍ବଲପୁର ରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇ ଯାଇଛି । ବାଲିବନ୍ଧା ସୋମନାଥ ମନ୍ଦିର ରୁ ଆରମ୍ଭ ହୋଇ ସହର ପରିକ୍ରମା କରି କଚେରୀ ଛକ ସ୍ଥିତ ସହିଦ ସ୍ତମ୍ଭ ରେ ମାଲ୍ୟାର୍ପଣ ପରେ ସମାପନ ହୋଇଥିଲା । ପ୍ରବଳ ବର୍ଷା ବିଜେପି କର୍ମୀ ଙ୍କ ଉତ୍ସାହ ଉଦ୍ଦୀପନା ରେ ବାଧକ ହୋଇ ପାରି ନଥିଲା । ବର୍ଷା ରେ ଭିଜି ଭିଜି ହୋଇଥିଲା ତ୍ରିରଙ୍ଗା ଯାତ୍ରା ।
ସମ୍ବଲପୁର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନିଲ ବେହେରା ଙ୍କ ନେତୃତ୍ୱ ରେ ଆୟୋଜିତ ତ୍ରିରଙ୍ଗା ଯାତ୍ରା ରେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ଚନ୍ଦ୍ର ମେହେର, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସମୀର ରଞ୍ଜନ ବାବୁ, ଓଡିଶା ପ୍ରଦେଶ ସେନିକ ପରିଷଦ ର ସହ ସଂଯୋଜକ କର୍ଣ୍ଣେଲ ପ୍ରଭାତ ପଣ୍ଡା, ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ଙ୍କ ସମେତ ସୁଶାନ୍ତ ପୁରୋହିତ, ଶମ୍ଭୁ ବାରେଲିଆ, ଫଣୀ ଭୂଷଣ ମିଶ୍ର, ସରୋଜ ଦଲପତ, ପ୍ରଭୁଦତ୍ତ ପଣ୍ଡା, ମୋହନ ଦାଶ, ମନୋଜ ପଲସନିଆଁ, ଅରୁଣ ଦାସ, ଶିବ ଦିୱାନ, କାହ୍ନୁ ରାମ ଶର୍ମା, କ୍ରିଷ୍ଣା ମହାକୁଡ଼, ସୌମିତ୍ର ଜତି, ସନ୍ତୋଷ ଡାଲୁଆ, ଗୋପାଲ ଅଗ୍ରୱାଲ, ଶ୍ୟାମ ଗୁରୁ, ଅଜିତ ବେହେରା, ନିରଞ୍ଜନ ଦାସ, ଦୀପକ ଦାସ, ମୋହନ ପଣ୍ଡା, ଶୁଭଶ୍ରୀ ମିଶ୍ର, ପ୍ରଭାସିନୀ ଦାଶ, ରୁନୁ ପ୍ରଧାନ, ସରୋଜିନୀ ବନଛୋର, ପୁଷ୍ପାଞ୍ଜଳି ଜେନା, ବିଜୟଲଷ୍ମୀ ଜେନା, ସୀତାକାନ୍ତି ମେସୁଆ, ମଞ୍ଜୁଳା ଓରାମ, ରିଙ୍କି ସାହୁ, ଭବାନୀ ଦୁଶର, ଭାରତୀ ପଣ୍ଡା, ସଲୀଳା ପଣ୍ଡା, ହୀରା ପରିଡା, ସୁଜାତା ଗୁରୁ, ସହିତ ଶତାଧିକ କର୍ମୀ, ପଦାଧିକାରୀ ଓ ସମର୍ଥକ ସାମିଲ ରହିଥିଲେ ।