ସ୍ୱାଧୀନତା ପୂର୍ବରୁ ଜମ୍ମୁ-କାଶ୍ମୀରରେ ବଡ ଏନକାଉଣ୍ଟର, କ୍ୟାପଟେନ ସହିଦ, ୪ ଆତଙ୍କୀ ନିହତ ଆଶଙ୍କା


ଶ୍ରୀନଗର: ସ୍ୱାଧୀନତା ଦିବସ ଠିକ ଗୋଟିଏ ଦିନ ପୂର୍ବରୁ ଜମ୍ମୁ-କାଶ୍ମୀରର ଡୋଟା ଜିଲ୍ଲାର ଅସର ଅଞ୍ଚଳରେ ଆତଙ୍କବାଦୀ ସହିତ ଗୁଳି ବିନିମୟ ଘଟଣା ଘଟିଛି । ଏହି ସମୟରେ ଭାରତୀୟ ସେନାର ୪୮ ରାଷ୍ଟ୍ରୀୟ ରାଇଫଲ୍ସର ଜଣେ କ୍ୟାପଟେନ ସହିଦ ହୋଇଛନ୍ତି । ଏହି ଏନକାଉଣ୍ଟରରେ ଜଣେ ନାଗରିକଙ୍କୁ ଆହତ ଲାଗିଛି । ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି । ଏହି ଅପରେସନରେ ଯୁଦ୍ଧ ପରି ଅସ୍ତ୍ର ଶସ୍ତ୍ର ଭଣ୍ଡାର ଜବତ କରାଯାଇଛି ।

କିଛି ଆତଙ୍କବାଦୀ ଜାମ୍ମୁର ଉଧମପୁର ଜିଲ୍ଲାର ପଟନିଟପ ଏବଂ ଡୋଡା ଜିଲ୍ଲା ସଂଲଗ୍ନ ଜଙ୍ଗଲରେ ଛପି ରହିଥିବା ସେନାଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହାରି ଆଧାରରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ମଙ୍ଗଳବାର ସନ୍ଧ୍ୟା ୭ଟାରୁ ୮ଟା ଭିତରେ ସୁରକ୍ଷାବଳ ଯେଉଁ କୋଠରୀରେ ଶୋଇଥିଲେ, ସେଠାରେ ପହଞ୍ଚିଥିଲେ ଯବାନ ।

ସୁରକ୍ଷାବଳକୁ ଦେଖି ଆବାକ ଆତଙ୍କବାଦୀମାନେ ଗୁଳି ମାଡ ଆରମ୍ଭ କରିଥିଲେ । ଜବାବରେ ସୁରକ୍ଷାବଳ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ । ସୁରକ୍ଷାବଳ ଦ୍ୱାରା ଘେରାବନ୍ଦୀ ହେଉଥିବା ଦେଖି ଆତଙ୍କବାଦୀଙ୍କୁ ତୁରନ୍ତ ଉକ୍ତ ଜାଗା ଖାଲିବାକୁ ପଡିଛି । ତେବେ ଘଟଣାସ୍ଥଳରେ ରକ୍ତ ଚିହ୍ନ ଦେଖିବାକୁ ମିଳିଥିଲା । ଯବାନଙ୍କୁ ଗୋଟିଏ ଏମ୪ କାର୍ବାଇନ ଓ ତିନୋଟି ବ୍ୟାଗ ମିଳିଥିଲା । ତେବେ ଗୁଳିବିନିମୟରେ ୪ ଆତଙ୍କବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି ।