Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଶାପାଲିରେ ବୃକ୍ଷ ରୋପଣ:ସମର୍ପଣ ଅନୁଷ୍ଠାନର ଲୋଗୋ ଉନ୍ମୋଚିତ

ସମ୍ବଲପୁର:ଯୁଯୁମୁରା ବ୍ଲକ କେଶାପାଲି ହାଇସ୍କୁଲ ପରିସରରେ ବୁଧବାର ସ୍ବେଛାସେବୀ ଅନୁଷ୍ଠାନ ସମର୍ପଣ ପରିବାର, ଓ ବନ ବିଭାଗର ମିଳିତ ସହଯୋଗରେ ବନ ମହୋତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ସ୍ବେଛାସେବୀ ଅନୁଷ୍ଠାନ ସମର୍ପଣର ଲୋଗୋ ଉନ୍ମୋଚିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ରିତାଞ୍ଜଳୀ ନାଏକ, କୋଲଗାଁ ବନପାଳ ପ୍ରଫୁଲ୍ଲ ରଞ୍ଜନ ବାରୁଆ, ଅବସରପ୍ରାପ୍ତ ଶିକ୍ଷକ ପୃଥୁଲ ଝାଙ୍କର, ମୋ ସ୍କୁଲ ଅଭିଯାନ ସଭାପତି ବନମାଳୀ ଝାଙ୍କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଁଳା, ପିଜୁଳି, ଜାମୁ, ବରକୋଳି ଆଦି ୧୦୦ ଚାରା ରୋପଣ କରାଯାଇଥିଲା। ସମର୍ପଣ ଅନୁଷ୍ଠାନର ସଂଯୋଜକ ଦୀପକ ବିଶ୍ଵାଳ, ଆଶୀର୍ବାଦ ପ୍ରଧାନ,ମଣ୍ଟୁ ପ୍ରଧାନ କିଶୋର ଝାଙ୍କର, ଅମରେଶ ପ୍ରଧାନ, ପ୍ରଭାକର ନାଏକ, ଗଣେଶ ମିର୍ଦ୍ଧା, ସୀତାରାମ ପ୍ରଧାନ, ଓମ ପ୍ରକାଶ ସାମନ୍ତରାୟ, ନିଲାଞ୍ଚଳ ପ୍ରଧାନ, ସୌକିଲାଳ ଜଗତ, ଆଶାମଣି ସାହୁ, ସ୍ୱାଗତିକା ପରିଡା, ଉର୍ମୀମାଲା ବିଶ୍ଵାଳ, ପ୍ରୀତିଛନ୍ଦା ପ୍ରଧାନ, ସାହେବ ବେହେରା, ବିନୋଦ ଜଗଦଲା, ସତ୍ୟପ୍ରିୟ ବେହେରା, ଚିତ୍ତ ରଞ୍ଜନ ସାହୁ, ରାଜେଶ ସାହୁଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।