Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିକେ ପାଣ୍ଡିଆନଙ୍କ ନାଁରେ ଏତଲା, ଅଭିଯୋଗକାରୀ ଆଣିଲେ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା । ଏହି ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ତଥା ଆଇନଜୀବୀ ସୁଧୀର ଚରଣ ମହାନ୍ତି। ଅର୍ଥ ତୋଷରପାତ, ବିପୁଳ କଳା ଟଙ୍କାକୁ ଧଳା କରିବା, ‌ସରକାରୀ କଳର ଅପବ୍ୟବହାର କରି ରାଜ୍ୟ ରାଜକୋଷର ଅର୍ଥ ବ୍ୟକ୍ତିଗତ କାମରେ ଲଗାଇ ଲୋକଙ୍କ ଟଙ୍କାକୁ ଦୁରୂପଯୋଗ କରିବା, ଲାଞ୍ଚ କାରବାର କରିବା, ବିଭିନ୍ନ ଖଣି କମ୍ପାନି ଓ କମ୍ପାନି ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ଆଦି ଅଭିଯୋଗ ଏତଲାରେ ଉଲ୍ଲେଖ କରାଯାଇଛି।

ଶ୍ରୀ ମହାନ୍ତି କହିଛନ୍ତି, ପାଣ୍ଡିଆନ ଜଣେ ସରକା‌ରୀ କର୍ମଚାରୀ ହୋଇଥିଲେ ମଧ୍ୟ ସେ ସମସ୍ତ କ୍ଷମତା ଉପଭୋଗ କରୁଥିଲେ। ଦୁର୍ନୀତିରେ ବୁଡ଼ି ରହିଥିଲେ। ସେ ଓଡ଼ିଶା ରାଜକୋଷରୁ ହଜାର ହଜାର କୋଟି ଟଙ୍କା ଲୁଣ୍ଠନ କରିଛନ୍ତି। ତାଙ୍କ ଦ୍ୱା ହିଁ ଜମି ମାଫିଆ, ଖଣି ମାଫିଆମାନେ ‌କୋଟି କୋଟି ଟଙ୍କା ଲାଭବାନ ହୋଇଛନ୍ତି। ଏହାସହ ଓଡ଼ିଶାରୁ ଖଣିଜ ପଦାର୍ଥ ଚୋରି କରିଛନ୍ତି। ସେମାନଙ୍କ ଟଙ୍କାରେ ସେ ହେଲିକପ୍ଟର, ଚାର୍ଟର ଫ୍ଲାଇଟ‌ଥ ରେ ବୁଲି ରାଜନୈତକ ପ୍ରଚାର କରୁଥିଲେ। ସେ ଜଣେ ସରକାରୀ କର୍ମଚାରୀ ହୋଇ ମଧ୍ୟ ମାଫିଆଙ୍କ ଟଙ୍କାରେ ବୁଲୁଥିଲେ। ସରକାରୀ କାର‌୍ୟ୍ୟକ୍ରମ ନା‌ମରେ ରାଜନୈତିକ ପ୍ରଚାର କରୁଥିଲେ।

ଏ ବାବଦରେ ସୂଚନା ଅଧିକାର ନିୟମ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ‌‌ଯେ ତାଙ୍କ ଗସ୍ତ ବାବଦରେ ଖର୍ଚ୍ଚ ହୋଇଥିବା ଟଙ୍କାର କୌଣସି ସୂଚନା ସରକାରଙ୍କ ପାଖରେ ନାହିଁ। କିନ୍ତୁ ୩୦୦ କୋଟିରୁ ଅଧିକ ଟଙ୍କା ତାଙ୍କ ଗସ୍ତରେ ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଉଛି। ବିଭିନ୍ନ ଜିଲ୍ଲା ଗସ୍ତ କରି ସେଠାରେ କାର୍ଯ୍ୟକ୍ରମ କରି ସାଧାରଣ ଲୋକଙ୍କ କୋଟି କୋଟି ଟିକସ ଟଙ୍କା ଖର୍ଚ୍ଚ କରୁଥିଲେ। ପାଣ୍ଡିଆନ ଜଣେ ସରକାରୀ ଅଫିସର ହୋଇ ମଧ୍ୟ ସରକାରୀ ବ୍ୟବସ୍ଥାିକୁ କବ୍‌ଜା କରିଥିଲେ। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ। ତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯାଇ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି। ଯଦି ଏହା ଉପରେ ତଦନ୍ତ କରାଯାଏ ତେବେ ପାଣ୍ଡିଆନଙ୍କ ସହ ବିଜେଡି ମଧ୍ୟ ଫସିପାରେ ।