Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଲିଙ୍ଗୀ ବିବାହକୁ ବାର କାଉନସିଲର ବିରୋଧ, ସୁପ୍ରିମକୋର୍ଟଙ୍କୁ କହିଲେ- ମାମଲା ସଂସଦ ଉପରେ ଛାଡି ଦିଅନ୍ତୁ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କେନ୍ଦ୍ର ସରକାର ଅଦାଲତରେ ସମଲିଙ୍ଗୀ ବିବାହକୁ ବିରୋଧ କରିଛନ୍ତି। କେନ୍ଦ୍ର ପରେ ଏବେ ବାର କାଉନସିଲ ଅଫ ଇଣ୍ଡିଆ ଏବଂ ଷ୍ଟେଟ ବାର କାଉନସିଲ ମଧ୍ୟ ଏହାର ଶୁଣାଣିକୁ ବିରୋଧ କରିଛନ୍ତି। ଦୁଇ କାଉନସିଲ କହିଛନ୍ତି, ଦେଶର ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ ବିବିଧତାକୁ ଦୃଷ୍ଟିରେ ରଖି ଏହାକୁ ସଂସଦ ଉପରେ ଛାଡି ଦେବା ଉଚିତ୍। ବିସିଆଇର ଅଧ୍ୟକ୍ଷ ମନନ କୁମାର ମିଶ୍ର ଏବଂ ଅନ୍ୟ ରାଜ୍ୟ ବାର କାଉନସିଲଙ୍କ ମିଳିତ ବୈଠକରେ ଏ ସଂପର୍କରେ ପ୍ରସ୍ତାବ ପାରିତ ହୋଇଛି।

ପ୍ରସ୍ତାବରେ ଉଲ୍ଲେଖ ରହିଛି ଯେ, ଯଦି କୌଣସି ମାମଲା ଦେଶର ମୌଳିକ ଢାଞ୍ଚାରେ ପରିବର୍ତ୍ତନ କରୁଛି ତେବେ ଏହାର ବ୍ୟାପକ ସ୍ତରରେ ପ୍ରଭାବ ପଡିବ। ଏହାର ଦୂରଗାମୀ ପରିଣାମ ମଧ୍ୟ ହୋଇପାରେ। ଯଦି ଏମିତି କୌଣସି ନିୟମ ଲାଗୁ କରାଯାଏ ତେବେ ଏହା ବିଧାୟୀ ପ୍ରକ୍ରିୟାରେ ହେବା ଉଚିତ୍। ସର୍ବୋଚ୍ଚ ନ୍ୟାୟାଳୟ ଦ୍ଵାରା ଏହି ମାମଲାରେ କୌଣସି ବି ନିଷ୍ପତ୍ତି ଆମ ଭବିଷ୍ୟତର ପିଢି ପାଇଁ କ୍ଷତିକାରକ ହୋଇପାରେ।

ପ୍ରସ୍ତାବରେ ଏହା ମଧ୍ୟ କୁହାଯାଇଛି ମାମଲା ବହୁତ ସମ୍ବେଦନଶୀଳ। ସମାଜର ବହୁ ବର୍ଗ ଏହାର ବିରୋଧ କରୁଛନ୍ତି। ବାର କାଉନସିଲ ସୁପ୍ରିମକୋର୍ଟରେ ନିବେଦନ କରିଛି ଯେ, ମାମଲାକୁ ସଂସଦରେ ଛାଡି ଦେବା ଉଚିତ୍। ଦେଶର ୯୯.୯ ପ୍ରତିଶତ ଲୋକ ସମଲିଙ୍ଗୀ ବିବାହର ବିରୋଧ କରୁଛନ୍ତି। ଅଧିକାଂଶ ଲୋକଙ୍କୁ ଲାଗୁଛି ଯେ, ସୁପ୍ରିମକୋର୍ଟର କୌଣସି ବି ନିଷ୍ପତ୍ତି ଆବେଦନକାରୀଙ୍କ ପକ୍ଷରେ ରହିବ ଯାହା ଦେଶର ସାମାଜିକ ଧାର୍ମିକ ଢାଞ୍ଚା ବିରୋଧରେ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ