ମାଲକାନଗିରି: ନକ୍ସଲଙ୍କ ଟାର୍ଗେଟରେ ନାବାଳକ । ପୂର୍ବରୁ ନକ୍ସଲମାନେ ପୋଲିସ ଇନଫର୍ମର ସନ୍ଦେହରେ ଲୋକଙ୍କୁ ଘରୁ ଉଠାଇ ନେଇ ହତ୍ୟା କରୁଥିଲେ । ହେଲେ ଏବେ ଜଣେ ନାବାଳକଙ୍କୁ ନିଜ ଟାର୍ଗେଟ କରିଛନ୍ତି । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ମୃତକ ଜଣକ ହେଲେ ୧୬ ବର୍ଷୀୟ ଓୟାମ ଶଙ୍କର । ସେ ଦଶମ ଶ୍ରେଣୀ ଛାତ୍ର ଥିଲେ ।
ଓୟାମ ଶଙ୍କର ପୋଲିସ୍ ଇନଫର୍ମର ଭାବେ କାମ କରୁଥିବା ନେଇ ନକ୍ସଲମାନେ କିଛି ଦିନ ହେବ ସନ୍ଦେହ କରୁଥିଲେ । ସେମାନେ ତାଙ୍କ ଉପରେ ନଜର ରଖିଥିଲେ ।
ଗତକାଲି ଅପରାହ୍ନ ସମୟରେ ନକ୍ସଲମାନେ ଓୟାମଙ୍କୁ ଡକାଇ ଥିଲେ । ସେ ନକ୍ସଲଙ୍କ ନିକଟରେ ପହଞ୍ଚିବା ପରେ ସେମାନେ ତାଙ୍କୁ ପିଟି ପିଟି ମାରି ଦେଇଥିଲେ । ପରିବାର ଲୋକେ ଆଜି ସକାଳେ ସୁକୁମା ଜିଲ୍ଲା ଦବାପାରା ଓ ପୁରଭି ଗାଁ ନିକଟରୁ ପୁଅର ମୃତଦେହ ଉଦ୍ଧାର କରିଛନ୍ତି । ଓୟାମ ଶରୀରରେ ବହୁ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି ।
ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଭୟର ବାତାବରଣ ଖେଳିଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।