Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକଜୁରିଆସ ନୁଆଁ କାର ଧକ୍କାରେ ୪ଗୋରୁ ମୃତ୍ୟୁ, ୧ଗୁରୁତର,ଚାଳକ ଫେରାର, ତଦନ୍ତ ଜାରି

ସମ୍ବଲପୁର ଜିଲ୍ଲା ବୁର୍ଲାଥାନା ଗୋଶାଳା ଚିପିଲିମା ରାସ୍ତା ରୁପାପାଲି ନୁଆଁପଡା ଠାରେ ଗତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ନମ୍ବରବିହୀନ ଲକଜୁରୀଅସ କାର ଦ୍ରୁତ ଗତିରେ ଚିପିଲିମା ପଟକୁ ଯାଉଥିବାବେଳେ ରାସ୍ତା ଉପରେ ଶୋଇଥିବା ବୁଲା ଗୋରୁଗାଇଙ୍କୁ ଜୋରରେ ଧକ୍କା ଦେଇଥିଲା l ଫଳରେ ୪ଗୋରୁଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ, ଗୋଟିଏ ଗୋରୁ ଗୁରୁତର ହୋଇ ଜୀବନ ମରଣ ସହ ସଂଘର୍ଷ କରୁଥିବା ଜଣାପଡିଛି l ନମ୍ବର ବିହୀନ କାରଟି ଆଗପଟ ଚୁରମାର ହୋଇଯାଇଥିବା ଜଣାପଡିଛି l ସ୍ଥାନୀୟ ଚିପିଲିମା ପୋଲିସ ଖବର ପାଇଁ ବୁଧବାର ସକାଳୁ ଯାଇ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ବୁର୍ଲା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି l ପୋଲିସ କହିବା ମୁତାବକ ଦୁର୍ଘଟଣା ଘଟାଇଥିବା କାର ଚାଳକ ଫେରାର ଥିବାବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବୁର୍ଲା ଆଇଆଇସି ଅନିଲ ପ୍ରଧାନ ସୂଚନା ଦେଇଛନ୍ତି l ଅପର ପକ୍ଷରେ ଗାଡି ଚାଳକ ଜଣକ ଚିପିଲିମା ଅଞ୍ଚଳର ରହିଥିବା ନେଇ ସ୍ଥାନୀୟ ଜନସାଧାରଣ ରେ ଜୋର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ