ବ୍ରହ୍ମପୁର: ଗତକାଲି ଦେଶୀ ମଦ ପିଇବା କାରଣରୁ ୧୫ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଅଞ୍ଚଳରେ ।
ସମସ୍ତ ଅସୁସ୍ଥ କରବାଲୁଆ ଗାଁର ବୋଲି ଜଣାଯାଇଛି । ଗତକାଲି ମାଉନ୍ଦପୁର ନିକଟରେ ବିକ୍ରି ହେଉଥିବା ଦେଶୀ ମଦ ସେମାନେ ପିଇଥିଲେ । ଏହାପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସମସ୍ତଙ୍କୁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଦେଶୀ ମଦ ଅପମିଶ୍ରିତ ଥିଲା କି ଘଟଣା ପଛରେ ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନି । ଅବକାରୀ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମାଉନ୍ଦପୁର, ଜେନାପୁର, କରବାଲୁଆ ଗାଁରେ ଛାନଭିନ୍ କରୁଛନ୍ତି ।