ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷ ଠାରେ ମଙ୍ଗଳବାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଓ ଏସପି ଅନୁପସ୍ଥିତ ଥିବାରୁ ସିଡିଓ ଅଶ୍ଵିନୀ ଭୋଇ ଏବଂ ଅତିରିକ୍ତ ଏସପି ବିରେନ୍ଦ୍ର ନାୟକ ଯୋଗଦେଇ ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିଥିଲେ । ଶିବିରରେ ସର୍ବମୋଟ 33ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା l ତନ୍ମଧ୍ୟରୁ 25ଟି ବ୍ୟକ୍ତିଗତ ହୋଇଥିବା ବେଳେ 8ଟି ସାମୁହିକ ଅଭିଯୋଗ ହୋଇଥିଲା l ସେଥି ମଧ୍ୟରୁ 8ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ଅଭିଯୋଗ ଗୁଡିକ ତଦନ୍ତ କରି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ପ୍ରଶାନ୍ତ ମୋହା ରଣା ଯୋଗଦେଇ ମଞ୍ଚାସିନ ହୋଇଥିଲେ l ବିଡିଓ କରିସ୍ମା ବେସ୍ରା ତତ୍ତ୍ଵାବଧାନରେ ହୋଇଥିବା ଏହି ଶିବିରକୁ ଜିଲ୍ଲା ତଥା ବ୍ଲକର ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l ଜିଲ୍ଲାରେ ଜିଲ୍ଲାପାଳ ଏବଂ ଏସପି ଯୋଗ ଦେବା ଦିନଠୁ ଉଲୁଣ୍ଡାରେ ହେଉଥିବା ଜନଶୁଣାଣିରେ ଯୋଗ ଦେଇନଥିବାରୁ ଅଭିଯୋଗ କରି ଆସୁଥିବା ଅଭିଯୋଗକାରୀ ଙ୍କର ମନରେ ଅସନ୍ତୋଷ ଦେଖା ଦେଇଛି l ମୁରବି ବିହୀନ ଅଭିଯୋଗ ଶୁଣାଣି ରେ ଆଜି କେତେକ ଅଧିକାରୀ ନିଦ ରେ ଢୁଳାଉ ଥିବା ଦେଖା ଦେଇଥିଲା l ଆଉ କେତେକ ଅଧିକାରୀ ମୋବାଇଲ ଗେମ ଓ ଚାଟିଙ୍ଗ ରେ ବ୍ୟସ୍ତ ଥିବା ଦେଖି ବାକୁ ମିଳିଥିଲା l ଏ ନେଇ ଶୁଣାଣି ଶିବିର କୁ ଆସିଥିବା ଅଭିଯୋଗକାରୀ ଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା କରୁଥିବା ଶୁଣା ଯାଉଥିଲା I