Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ଶ୍ରୀ ଗୋପାଳଜୀ ତମଶ୍ଵା ଯୋଗାଳୟ, ସୁବର୍ଣ୍ଣପୁର ସାଧନା କକ୍ଷରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଏବଂ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ ତମ ଜନ୍ମତିଥି ପାଳିତ ହୋଇଯାଇଛି। ବରିଷ୍ଠ ନାଗରିକ ସଂଘର ସଭାପତି ଡ. ଜ୍ୟୋତି ରଞ୍ଜନ ବହିଦାରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ଉପଦେଷ୍ଟା ସାମ୍ବାଦିକ ଗୋରେଖନାଥ ସାହୁ, ଉପସଭାପତି ଡ ଆର୍ତ୍ତତ୍ରାଣ ବାବୁ, ଶିକ୍ଷାବିତ୍ ପ୍ରଦୀପ ପୁରୋହିତ ବିଷୟ ବସ୍ତୁଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବରିଷ୍ଠ ନାଗରିକ ମାନେ ହେଉଛନ୍ତି ସମାଜର ମାର୍ଗ ଦର୍ଶକ ତଥା ପରିବାରର ମୁଳଦୂଆ ସମସ୍ତ ବରିଷ୍ଠ ନାଗରିକ ନିଜର ହକ୍ ପାଇଁ ଏକ ଜୁଟ ହୋଇ ଲଢେଇ କରିବା ସଙ୍ଗେ ସଙ୍ଗେ ସମାଜ ଓ ରାଷ୍ଟ୍ରପ୍ରତି ସମର୍ପିତ ହେବା ପାଇଁ ଆହ୍ଵାନ ଦେଇଥିବା ବେଳେ ସ୍ଵାଭାବ କବି ଙ୍କର ସାହିତ୍ୟ କୃତି ପାଇଁ ନବେଲ ପୁରସ୍କାର ପାଇବା ପାଇଁ ହକଦାର ବୋଲି ମତ ପ୍ରକାଶ ପାଇଥିଲା। ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ ଆବହନୀ ସଙ୍ଗୀତ ଏବଂ ଶ୍ରୀ ଯଜ୍ଞେଶ୍ୱର ପୂଜାହାରୀ ଉଦ୍ଯାପନୀ ସଙ୍ଗୀତ ଗାନ କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ପଟ୍ଟନାୟକ ସଭା ସଂଯୋଜନା କରିଥିଲେ ଏବଂ ବରିଷ୍ଠ ସଭ୍ୟ ଶିକ୍ଷାବିତ୍ ଦେବ କିଶୋର ଦାନୀ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଏବଂ ଶ୍ରୀ ଗୋପାଳଜୀ ଯୋଗାଳୟର ସମସ୍ତ ସଭ୍ୟା ସଭ୍ୟ ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ