ଢେଙ୍କାନାଳ: ମଦ ନିଶା କଲା ବାଇଆ । ମଦ ପିଇବାକୁ ଟଙ୍କା ଦେବାକୁ ମାଆ ମନା କରିବାକରୁ ପୁଅର ହୋଇଗଲା ରାଗ ପଞ୍ଚମ । ଆଉ ମଦ ପାଇଁ ନିଜ ଜନ୍ମ କଲା ମାଆକୁ ବି ହତ୍ୟା କରିବାକୁ ପଛାଇଲାନାହିଁ । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ରାଇତଳା ଗାଁରେ ।
ଗତକାଲି ଅପରାହ୍ନ ପ୍ରାୟ ସାଢେ ୪ଟାରେ ଟିକିଲି ନାୟକ ନାମକ ଜଣେ ମହିଳାଙ୍କୁ ତାଙ୍କ ପୁଅ ଗଣେଶ ନାୟକ ଓରଫ୍ ଗିରି ଫାର୍ସାରେ ହାଣି ହତ୍ୟା କରିଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣେଶଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଫାର୍ସାକୁ ଜବତ କରିଛି ।
ଘଟଣାରୁ ଜଣାପଡିଛି, ଟିକିଲି ଘରେ ଥିବା ବେଳେ, ପୁଅ ଗଣେଶ ଘରେ ପହଞ୍ଚି ମଦ ପିଇବା ପାଇଁ ମା’କୁ ପଇସା ମାଗିଥିଲା । ଟିକିଲି ପଇସା ନଦେବାରୁ ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ବଚସା ହୋଇଥିଲା । ପରେ ଉତକ୍ଷୀପ୍ତ ହୋଇ ଗଣେଶ ଏକ ଫାର୍ସାରେ ମାଆ ଟିକିଲିକୁ ହତ୍ୟା କରିଥିଲା ।