ଶଶିଭୂଷଣ ତ୍ରିପାଠୀଙ୍କ ପରଲୋକ

ସମ୍ବଲପୁର:ମୁଦିପଡା ନିବାସୀ ଶଶିଭୂଷଣ ତ୍ରିପାଠୀଙ୍କ ୯୨ ବର୍ଷରେ ଆଜି ତାଙ୍କ ପରଲୋକ ଘଟିଛି l ଜିଲ୍ଲାର ଜଣେ ଆଗ ଧାଡିର ସମାଜ ସେବକ ଓ ଭାରତୀୟ ଜନତା ପାର୍ଟି ର ଜଣେ ତୃଣମୂଳ ସଂଗଠକ ଭାବେ ତାଙ୍କର କ୍ଷାତି ରହିଛି l ଜିଲ୍ଲାର ଶତାଧିକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ତାଙ୍କର ଯୋଗଦାନ ସହିତ ନୈତିକ ସମର୍ଥନ ରହି ଆସୁଥିଲା l ପରିଣତ ବୟସରେ ମଧ୍ୟ ସେ ଖୁବ ଚଳଚଞ୍ଚଳ ରହିଥିଲେl ସମ୍ବଲପୁରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ସମ୍ବଲପୁରୀ ଧନୁଯାତ୍ରା ଦେଖି ଆସି ଏହାର ଖୁବ ଭୂୟାସୀ ପ୍ରଂଶସା ମଧ୍ୟ କରିଥିଲେ l ତାଙ୍କର ପରଲୋକ ଗତ ସମ୍ବାଦ ଜଣା ପଡିବା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି l