Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୦ ତମ ରାଜା ହେଲେ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ

କଳାହାଣ୍ଡି, ୨୨/୦୮ (ଜଗନ୍ନାଥ ନାଏକ) : ଦୀର୍ଘ ବର୍ଷ ପରେ ମଦନପୁର ରାମପୁର ୨୯ ତମ ରାଜା ଶ୍ରୀଯୁକ୍ତ ସମରେନ୍ଦ୍ର ପ୍ରତାପ ସିଂହଦେଓଙ୍କ ସ୍ଵର୍ଗାବାସ ପରେ ତାଙ୍କ ୨ୟ ଭ୍ରାତା ଙ୍କୁ ୩୦ ତମ ରାଜା ଭାବେ ବିଧି ଅନୁସାରେ ଶ୍ରୀଯୁକ୍ତ ବୁଧେନ୍ଦ୍ର ପ୍ରତାପ ସିଂହଦେଓଙ୍କର ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଥିଲା । ରାଜ ପୁରୋହିତ ଙ୍କ ଉପସ୍ଥିତ ରେ ପୁରୋହିତ ମାନେ ଚନ୍ଦନ ଓ ସିନ୍ଦୁର ଟିକା ପ୍ରଦାନ କରିଥିଲେ । ଏହାପରେ ମଦନପୁର ରାମପୁର ଅଞ୍ଚଳ ର ରାଜ ପାଟମାଝୀ ରୀତିନୀତି ଅନୁସାରେ ତାଙ୍କ ମୁଣ୍ଡରେ ରାଜପାଟ ବାନ୍ଧି ରାଜ ଖଣ୍ଡା ପ୍ରଦାନ କରିଥିଲେ । କଳାହାଣ୍ଡି ମହାରାଜ ସର୍ବଶ୍ରୀ ଅନନ୍ତ ପ୍ରତାପ ଦେଓ ରାଜତିଳକ ପ୍ରଦାନ ପୂର୍ବକ ରାଜ୍ୟଅଭିଷେକ ସମାପନ କରି ତାଙ୍କୁ ରାଜା ଘୋଷଣା କରିଥିଲେ। ମଦନପୁର ରାମପୁର ରାଜ ପରିବାରର ପଣ୍ଡିତ ସ୍ୱର୍ଗତ ଲିଙ୍ଗରାଜ ଶତପଥୀଙ୍କ ପୁତ୍ର ତଥା ମଦନପୁର ରାମପୁର ବ୍ରାହ୍ମଣ ସମାଜ ସଭାପତି ଶ୍ରୀଯୁକ୍ତ ଶିବ ପ୍ରସାଦ ଶତପଥୀ ଶ୍ରବଣାଭିଷେକରେ ରୌପ୍ୟ ପଇତା ପ୍ରଦାନ କରିଥିଲେ । ଏହି ସମୟରେ ବ୍ରାହ୍ମଣ ଦେବତା ସର୍ବଶ୍ରୀ ଯୁଗଳ କିଶୋର ପ୍ରହରାଜ, ସର୍ବଶ୍ରୀ ତ୍ରିଲୋଚନ ଦାଶ, ସର୍ବଶ୍ରୀ ସନ୍ତୋଷ ନନ୍ଦ, ସର୍ବଶ୍ରୀ ଅଶୋକ କୁମାର ପଣ୍ଡା, ସର୍ବଶ୍ରୀ ଶୋଭାକର ପ୍ରମୁଖ ମନ୍ତ୍ର ଉଚ୍ଚାରଣ କରି ରାଜ୍ୟଅଭିଷେକ କରିଥିଲେ ।
ଏହି ଉତ୍ସବରେ ରାଜ ପରିବାର ବହୁ ମହିଳା ତାଙ୍କ ନାଗ ବଂଶୀୟ ଭ୍ରାତାଗଣ ଓବିଭିନ୍ନ ଗଡ ଜାତ ଅଞ୍ଚଳର ପରିବାର ବନ୍ଧୁ ପରିଜନ ଯୋଗଦାନ ପୂର୍ବକ ତାଙ୍କୁ ରାଜାଭାବେ ସ୍ଵାଗତ କରିଥିଲେ । ମଦନପୁର ରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମର ମହାରାଜା ଓ ବହୁ ଯୋଗୀ ସନ୍ୟାସୀ ଓ ମଦନପୁର ରାମପୁର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ