Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମହାସମାରୋହରେ ଦୁର୍ଗାପୂଜା ଆୟୋଜନ କରିବାକୁ ନିଷ୍ପତ୍ତି ନେଲା ଗୋବିନ୍ଦତୋଲା ଦୁର୍ଗାପୂଜା କମିଟି

ସମ୍ବଲପୁର: ଦୀର୍ଘ ୫୫ବର୍ଷ ହେଲା ଗୋବିନ୍ଦତୋଳା ଛକ ରେ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ହୋଇଆସୁଛି, ଯାହାକି ସମ୍ବଲପୁର ସହରର ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହୋଇ ଆସିଛିl ୧୯୮୬-୮୭ମସିହାରେ ସେହି ସ୍ଥାନରେ ମଣ୍ଡପ ର ନିର୍ମାଣ ହୋଇଥିଲାl ପରେ ପରେ ଦୁର୍ଗାପୂଜା ର ଆୟୋଜନ ପାଇଁ ସ୍ଥାନ କମ ପଡିବାରୁ ପୁରୁଣା ମଣ୍ଡପ କୁ ଭାଙ୍ଗି ବଡ଼ ମଣ୍ଡପ ତିଆରି ହେଲା ଓ ମଣ୍ଡପ ସଂଲଗ୍ନ ଦୋକାନ ଘର କୁ ଭାଙ୍ଗି ଦିଆଗଲା l ପୁଣି, ବର୍ତ୍ତମାନ ଜେଲଛକ ରୁ ଧନୁପାଲି ଛକ ରାସ୍ତା କୁ ଦୋହରିକରଣ ର ନିର୍ମାଣ ଆରମ୍ଭ ହେବା କାରଣରୁ ପୂର୍ତ୍ତ ବିଭାଗ, ସମ୍ବଲପୁର ମହାନଗର ନିଗମ ଓ ରାଜସ୍ବ ବିଭାଗ ର ପ୍ରତିନିଧି ଦୁର୍ଗାପୂଜା କମିଟି ସାଥିରେ ଆଲୋଚନା କରି ରାସ୍ତା ପ୍ରଶାସ୍ତି ପରେ ଦୁର୍ଗାପୂଜା ମଣ୍ଡପ ସୁବିଧା ଦେଖି ନିର୍ମାଣ କରିଦେବାକୁ ପ୍ରତିଶୃତି ପରେ ସହମତିରେ ମଣ୍ଡପ କୁ ଭାଙ୍ଗି ଦିଆଯାଇଥିଲା l
ହେଲେ ବର୍ତ୍ତମାନ ଦୁର୍ଗାପୂଜା ର ସମୟ ପାଖେଇ ଆସିଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତିଶୃତି ଦୃଷ୍ଟିରୁ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ କିଛି ସ୍ଥାନୀୟ ବାସିନ୍ଧା ମଣ୍ଡପ ନିର୍ମାଣ କୁ ବିରୋଧ କରି ଯୁକ୍ତିତର୍କ କରିଥିଲେ ଯଦ୍ୱାରା ଏକ ଅପ୍ରିତିକର ପରିସ୍ଥିତି ଉପୁଜିଥିଲା ଯାହାର କି କୌଣସି ଯଥାର୍ଥତା ନାହିଁ l କାରଣ,ପୂର୍ବରୁ ମଣ୍ଡପ ଥିବା ପାର୍ଶ୍ଵ ରାସ୍ତା ଯେତେ ଚଉଡା ଥିଲା ବର୍ତ୍ତମାନ ତାଠାରୁ ବେଶୀ ଚଉଡା ରାସ୍ତା ଦିଆଯାଇଛି ବୋଲି ଦୁର୍ଗାପୂଜା କମିଟି ର ମିଡ଼ିଆ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ କହିଛନ୍ତି l
ଗତକାଲି ରାତିରେ ଗୋବିନ୍ଦତୋଲା ଦୁର୍ଗlପୁଜା କମିଟି କାର୍ଯ୍ୟାଳୟ ଠାରେ କମିଟିର ସଭାପତି ପ୍ରଦୀପ କୁମାର ପାଢ଼ୀ ଙ୍କର ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଆଗରୁ ଦୁଇଥର ଦୁର୍ଗାପୂଜା ମଣ୍ଡପ ନିର୍ମାଣ କୁ ବିରୋଧ କରୁଥିବା ବ୍ୟକ୍ତି ମାନଙ୍କୁ ସମସ୍ୟା ର ସମାଧାନ ପାଇଁ ଡକାଯାଇଥିଲେ ମଧ୍ୟ ବୈଠକ ରେ ଉପସ୍ଥିତ ରହୁନଥିବା ବେଳେ ଗତକାଲି ମଧ୍ୟ ବୈଠକରେ ଅନୁପସ୍ଥିତ ରହିଥିଲେ l
ଦୁର୍ଗାପୂଜା କମିଟି ର ମିଡ଼ିଆ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ମତ ରଖିଥିଲେ ଯେ ଯେଉଁ ସ୍ଥଳ ରେ ଦୀର୍ଘ 55 ବର୍ଷ ହେଲା ମାଁ ଭୁବନେଶ୍ୱରୀ ଙ୍କର ପୂଜା ଉପାସନା ହୋଇଆସୁଛି ତଥା ଏକ ଉପାସନା ଶକ୍ତି ପୀଠ, ତେଣୁ ଏହି ସ୍ଥାନରେ ପୂର୍ବରୁ ରହିଥିବା ମଣ୍ଡପ କୁ ନେଇ ବିବାଦ ହେବା ଅନୁଚିତ l କାରଣ ବିଭାଗ ପକ୍ଷରୁ ପ୍ରସ୍ତାବିତ ମଣ୍ଡପ ର ଦୁଇ ପାର୍ଶ୍ଵ ରେ ପୂର୍ବରୁ ଥିବା ରାସ୍ତା ରୁ ବେଶୀ ରାସ୍ତା ଗମନାଗମନ ପାଇଁ ଛାଡି ଦିଆଯାଉଛି l ଦୁର୍ଗାପୂଜା କମିଟି ର ସମ୍ପାଦକ ଦମ୍ବରୁଧର ରଣା ପ୍ରସ୍ତାବ ଦେଲେ ଯେ , ଦୁର୍ଗାପୂଜା ଆୟୋଜନ ରେ ବିଳମ୍ବ ହୋଇଗଲାଣି,ତେଣୁ ଆଉ ଅପେକ୍ଷା ନ କରି ପୂର୍ବବର୍ଷ ମାନଙ୍କପରି ମହା ଆଡମ୍ବରରେ ପୁଣି ଆୟୋଜନ କରିବାର ପ୍ରକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ରହିଛି l ଶ୍ରୀ ରଣା ଙ୍କର ପ୍ରସ୍ତାବ କୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଗଲା ତଥା ଦୁର୍ଗାପୂଜା ମଣ୍ଡପ ର ପ୍ରକ୍ରିୟା ଵି ଜାରିରହୁ ବୋଲି ଉପସ୍ଥିତ ସଭ୍ୟ ମାନେ ମତ ରଖିଥିଲେ l
ଆଜିର ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ରମାକାନ୍ତ ବେରିହା ଅଜୟ ସାହୁ, ସଞ୍ଜୟ ସାହୁ,ରାଜକିଶୋର ପୁରୋହିତ, ଶୁଭମ ମହାପାତ୍ର, ସୁପ୍ରିୟ ପାଣିଗ୍ରାହୀ,ଗୌରୀଦାସ ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ପ୍ରକାଶ ପଟ୍ଟନାୟକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l