Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଣ ଗେଜେଟେଡ କର୍ମଚାରୀ ସମନ୍ବୟ ସମିତି କର୍ମକର୍ତ୍ତା ଙ୍କ ଉପମୁଖ୍ୟ ମନ୍ତ୍ରୀ ଙ୍କ ସହ ସାକ୍ଷାତ ଓ ଆଲୋଚନା

ଭୁବନେଶ୍ୱର:ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ କର୍ମଚାରୀ ସମନ୍ବୟ ସମିତି ର ଅଧ୍ୟକ୍ଷ ଶ୍ରୀ ସୁନନ୍ଦ କୁମାର କାନୁନୁଗୋ ଓ ସାଧାରଣ ସମ୍ପାଦକ ଶ୍ରୀ ରବିନ୍ଦ୍ର ନାଥ ପ୍ରଧାନ ମାନନୀୟା ଉପ ମୂଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କୁ ତାଙ୍କ ବିଧାନ ସଭା ପ୍ରକୋଷ୍ଟ ରେ ସୌଜନ ମୂଳକ ସାକ୍ଷାତ କରି ଓଡ଼ିଶାର ଚାରି ଲକ୍ଷ କର୍ମଚାରୀ ଙ୍କ ବିଭିନ୍ନ ଦାବି ଯଥା ପୁରୁଣା ପେନସନ, ପୁରୁଣା ଥଇଥାନ ନୀତି ପ୍ରଚଳନ,୨୦ ଲକ୍ଷ ସ୍ଵାସ୍ଥ୍ୟ ବୀମା ପ୍ରଦାନ , ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ କର୍ମଚାରୀ ଙ୍କ ଦରମା ନିର୍ଧାରଣ ଓ ୨୦୧୩ ପୁର୍ବ ରୁ ଠିକା ନିଯୁକ୍ତି ପାଇଥିବା କର୍ମଚାରୀ ଙ୍କ ଠିକା ସମୟକୁ ଚାକିରୀ ରେ ଗଣନା କରିବା ପ୍ରଭୁତି ୧୧ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।କର୍ମଚାରୀ ମାନେ ନିଷ୍ଟା ର ସହ କାର୍ଯ ସମ୍ପାଦନ କରି ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ କରିବା ପାଇଁ ମନାନିୟା ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ