Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲାକୁ ଏକ ଶକ୍ତିଶାଳୀ ସଂଗଠନର ପରିଚୟ ପାଇଁ ପରାମର୍ଶ 

 ସମ୍ବଲପୁର:ଭାଜପା ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ଲକ୍ଷ୍ୟନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏ ନେଇ ମଙ୍ଗଳବାର ରାଜ୍ୟ ସ୍ତରରେ ସଦସ୍ଯତା ଅଭିଯାନ କର୍ମଶାଳାର ନିଷ୍ପତ୍ତି ମୁତାବକ ଏବେ ଜିଲ୍ଲା ସ୍ତରରେ ସଦସ୍ଯତା ଅଭିଯାନ କର୍ମଶାଳା ଚାଲିଛି।ଏହି କ୍ରମରେ କୁଚିଣ୍ଡା ଟାଉନହଲ ଠାରେ ଶୁକ୍ରବାର ସମ୍ବଲପୁର ଜିଲ୍ଲାସ୍ତରୀୟ ସଦସ୍ଯତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଭାଜପା ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ଅଧ୍ୟକ୍ଷତାରେ ହୋଇଥିବା କର୍ମଶାଳାରେ ରାଜ୍ୟ ଉପସଭାପତି ତଥା ସମ୍ବଲପୁର ଜିଲ୍ଲା ପ୍ରଭାରୀ କୁସୁମ ଟେଟେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସଦସ୍ଯତା ଅଭିଯାନର ରୂପରେଖ,ସଦସ୍ଯତା ଅଭିଯାନରୁ ସଂଗଠନ ସମ୍ପର୍କରେ ଆଲୋଚନା କରି ଧାର୍ଯ୍ଯ ଅବଧି ମଧ୍ଯରେ ଏହି କାର୍ଯ୍ୟକ୍ରମକୁ ସମାପ୍ତ କରି ଏକ ସୁଦୃଢ ସଂଗଠନର ପରିଚୟ ପାଇଁ ପରାମର୍ଶ ଦେଇଥିଲେ।ଅନ୍ୟତମ ରାଜ୍ଯ ଉପସଭାପତି ନାଉରୀ ନାଏକ,ରାଜ୍ଯ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ,ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ହୋତା,ସମ୍ପାଦକ ମିଲନ ମହାରଣା, ପୂର୍ବତନ ବିଧାୟକ ବୃନ୍ଦାବନ ମାଝି,ରାଜ୍ଯ ମହିଳା ମୋର୍ଚ୍ଚା ନେତ୍ରୀ ସବିତା ନନ୍ଦ,ପୂର୍ବତନ ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ,ପୂର୍ବତନ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର,ଦେବେନ୍ଦ୍ର ମହାପାତ୍ର,ସଦସ୍ଯତା ଅଭିଯାନ ସହ ସଂଯୋଜକ ମିତ୍ରଭାନୁ ପ୍ରଧାନ, ଜିଲ୍ଲା ଓବିସି ମୋର୍ଚ୍ଚା ସଂପାଦକ ସସ୍ମିତା ଦେହୁରୀ, ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୂରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଣ୍ଡଳ ସ୍ତରରେ ସଦସ୍ଯତା ଅଭିଯାନ କର୍ମଶାଳା ସମ୍ପର୍କରେ ଆଲୋଚନା କରିଥିଲେ।ଜିଲ୍ଲା ସାଧାରଣ ସମ୍ପାଦକ ତଥା ସଦସ୍ଯତା ଅଭିଯାନ ଜିଲ୍ଲା ସଂଯୋଜକ ଶୁଶିଳ କର ସଭା ପରିଚାଳନା କରିଥିଲେ।ରାଜ୍ଯ ସଭାପତିଙ୍କ ଆଦେଶ ମୁତାବକ ସମ୍ବଲପୁର ଜିଲ୍ଲାର ୨୭ଗୋଟି ସାଂଗଠନିକ ମଣ୍ଡଳରେ ଆସନ୍ତା  ୨୬,୨୭ଓ ୨୮ତାରିଖ ସୁଦ୍ଧା ସଦସ୍ଯତା ଅଭିଯାନ କର୍ମଶାଳା ସମାପ୍ତ କରିବା ଓ ସେପ୍ଟମ୍ବର ୧ରୁ ଅକ୍ଟୋବର ୩୧ସୁଦ୍ଧା ୪୦ଦିନ ମଧ୍ଯରେ ସଦସ୍ଯତା ଅଭିଯାନ କାର୍ଯ୍ୟକ୍ରମ ସାରିବାକୁ ଆଲୋଚନା ହୋଇଥିଲା।ପରେ ମଣ୍ଡଳ ସଭାପତି ସମ୍ପାଦକ ମାନେ ମଣ୍ଡଳ ସ୍ତରୀୟ ଆଲୋଚନା ପୂର୍ବକ ତାରିଖ ଧାର୍ଯ୍ଯ କରି ଜିଲ୍ଲା ସଭାପତି ଓ ସଦସ୍ଯତା ଅଭିଯାନ ସଂଯୋଜକସାଧାରଣ ଙ୍କୁ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ଭାଜପାର ଜଣେ ଟାଣୁଆ ନେତା ଭାବେ ପରିଚିତ ଶଶିଭୂଷଣ ତ୍ରିପାଠୀଙ୍କ ଅକାଳ ବିୟୋଗରେ ଅମର ଆତ୍ମାର ସଦଗତି ନିମନ୍ତେ ୨ ମନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଏହି କର୍ମଶାଳାରେ ଜିଲ୍ଲା ୨୭ଗୋଟି ସାଂଗଠନିକ ମଣ୍ଡଳର ସସଭାପତି ଓ ସାଧାରଣ ସମ୍ପାଦକ,ମଣ୍ଡଳ ପ୍ରଭାରୀ ଓ ସହ ପ୍ରଭାରୀ,ଜିଲ୍ଲା ଓ ରାଜ୍ଯ ପଦାଧିକାରୀ,ମହିଳା ଓ ଯୁବ ମୋର୍ଚ୍ଚା ପଦାଧିକାରୀ,ମିଡିଆ ପ୍ରଭାରୀଙ୍କ ସମେତ ବିଭିନ୍ନ ଛାମୁଆ ସଂଗଠନର କାର୍ଯ୍ୟକର୍ତ୍ତା ଗଣ ଯୋଗଦେଇଥିଲେ।ଶେଷରେ ଆଶିଷ ହୋତା ଧନ୍ୟବାଦ ଅର୍ପଣ  କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଶୁଶିଳ ନାୟକ,ପ୍ରିତମ ପାଣିଗ୍ରାହୀ, ପିଙ୍କୁ ପାଣି,ପ୍ରାଣବନ୍ଧୁ ନାଥ,ମହେଶ ରାୟ,ଅରୁଣ ଅଗ୍ରୱାଲ,ରାଣାପ୍ରତାପ ସିଂ,ଅନୁପମା ନାୟକ, କୁଞ୍ଜଲତା ନାୟକ,ପୁଷ୍ପାଞ୍ଜଳୀ ପଟେଲ ପ୍ରମୁଖ ସହଯୋଗ କରିଥଲେ।