Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ଯୁବ ଜନତା ଦଳ ପକ୍ଷରୁ ରେଙ୍ଗାଲିରେ ରକ୍ତଦାନ ଶିବିର:

ପ୍ରବାଦ ପୁରୁଷ, ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଅବସରରେ ସାରା ଓଡ଼ିଶାରେ ସପ୍ତାହ ବ୍ୟାପୀ ରକ୍ତଦାନ ଶିବିର ଆୟୋଜିତ ହେଉଅଛି । ଏହି କ୍ରମରେ ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋମାଲୋଇ ପଞ୍ଚାୟତର ତିଲେଇମାଲଠାରେ ଆଇ.ଟି ସଂଯୋଜକ ସଞ୍ଜୟ ଓରାମଙ୍କ ସ୍ବର୍ଗତ ପିତା ତିଲିବିକ୍ରମ ଓରାମଙ୍କର ବର୍ଷିକିଆ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ ପିତା କାଟି ଶିବିର ଉଦ୍ଘାଟନ କରିଥିବା ବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ରେଙ୍ଗାଲି ବ୍ଲକ୍ ଯୁବ ସଭାପତି ଦୟାନିଧି ଭଁଇସା, ସହଦେବ ଓରାମ, ବୁଲୁ ନାୟକ, ବିଶିକେଶନ ଓରାମ, ହେମନ୍ତ ଦାଶ, ପୂର୍ବତନ ସମିତି ସଭ୍ୟ ସୂର୍ଯ୍ୟ ରଞ୍ଜନ ପାତ୍ର, ସାଧବ ବର୍ମନ, ପୂର୍ବତନ ବୋମାଲୋଇ ସରପଞ୍ଚ ଶେଷଦେବ ପ୍ରଧାନ, ବିଷ୍ଣୁ ଓରାମ, ଗୋପାଲ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶିବିରରେ ସର୍ବମୋଟ ୨୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଶିବିରରେ ବୁର୍ଲା ରକ୍ତ ଭଣ୍ଡାରର ଡାକ୍ତର ସୁଶ୍ରୀ ସିମରନ୍, ଲାଲୁ ବିଶ୍ବାସ, କରୁଣାକର ସାହୁ, ଜନକ ବେହେରା, ପାଇନୁ ଭୋଇ, ସଞ୍ଜିବ କୁମାର ବେରା ପ୍ରମୁଖ ସହଯୋଗ କରିଥିଲେ ।