Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିବରାମ ସାହୁ ହେଲେ ପୌର ପରିଷଦର ସାଂସଦଙ୍କ ପ୍ରତିନିଧି

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସହରର ବରିଷ୍ଠ ନାଗରିକ ଶିବରାମ ସାହୁ ଏବେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଙ୍କ ସୁବର୍ଣ୍ଣପୁର ପୌର ପରିଷଦ ପାଇଁ ନୋମିନି ନିଯୁକ୍ତ ହୋଇଛନ୍ତି। ଶ୍ରୀ ସାହୁ ଜଣେ ସୁ ସଂଗଠକ, କଳା ସଂସ୍କୃତି ସାହିତ୍ୟ ପ୍ରେମୀ ଭାବରେ ଜିଲ୍ଲାରେ ବେଶ ଜଣାଶୁଣା ଥିବାବେଳେ ସେ ଏକ ଲମ୍ବା ସମୟ ଧରି ସହରର ମର୍ଯ୍ୟାଦା ଜନକ ଅନୁଷ୍ଠାନ ଚନ୍ଦ୍ର ଶେଖର ପାଠାଗାର ଓ ମହାନଦୀ ସାହିତ୍ୟ ସଂସଦର ସଂପାଦକ, ସଭାପତି ରହିଥିବା ବେଳେ ଗତ ନିର୍ବାଚନରେ ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ରଙ୍କ ନିର୍ବାଚନୀ ଏଜେଣ୍ଟ ଓ ପରାମର୍ଶ ଦାତା ଭାବରେ‌ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ସୋନପୁର ପୌର ପରିଷଦରେ ତାଙ୍କର ଚାକିରୀ କାଳରେ ଜନସୂଚନା ଅଧିକାରୀ ତଥା ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହି ଜନସାଧାରଣଙ୍କ ମଧ୍ୟରେ ବହୁତ ବିଶ୍ଵାସ ଭାଜନ ହୋଇ ପାରିଛନ୍ତି। ବର୍ତ୍ତମାନ ତାଙ୍କୁ ପୌର ପରିଷଦରେ ସାଂସଦ ଙ୍କ ପ୍ରତିନିଧି ଭାବରେ କାମ କରିବାପାଇଁ ସୁଯୋଗ ମିଳିଥିବାରୁ ତାଙ୍କୁ ସମସ୍ତ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ