ସମ୍ବଲପୁର: ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବରେ ଆଜି ଠାକୁରମାଲ ଗ୍ରାମ ଉତ୍ସବ ମୁଖର ହୋଇଉଠିଛି l ଶ୍ରୀକୃଷ୍ଣ, ଶ୍ରୀରାଧା, ଗୋପୀ, ଗୋପାଳ ବେଶଧାରୀ ମାନଙ୍କ ନଗର ପରିକ୍ରମା ଗ୍ରାମକୁ ଏକ ଆଧ୍ୟାତ୍ମିକ ପରିବେଶ ରେ ସୃଷ୍ଟି କରିଥିଲା l ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ପୂଜାର୍ଚନା ପରେ ଏହି ନଗର ପରିକ୍ରମା ଗାଁ ଏ ମୁଣ୍ଡରୁ ସେ ମୁଣ୍ଡକୁ ଯିବା ସମୟରେ ପ୍ରତି ପରିବାରରେ ଦୀପ ପ୍ରଜ୍ଜଳନ ସହିତ ଫୁଲ ଚନ୍ଦନ ତିଳକ ଲଗାଇ ବେଶଧାରୀଙ୍କୁ ସ୍ୱାଗତ ସମ୍ବର୍ଥନା ଜ୍ଞାପନ କରାଯାଇଥିଲା l ଏହି ଦୃଶ୍ୟ ବେଶ ମନୋରମ ଓ ହୃଦୟସ୍ବର୍ଶୀ ହୋଇଥିଲା l ଏହି ସମୟରେ ଶ୍ରୀକୃଷ୍ଣ, ଶ୍ରୀରାଧା, ଗୋପୀ, ଗୋପାଳ ପ୍ରମୁଖ ବେଶଧାରୀଙ୍କୁ ବିଭିନ୍ନ ଫଳ, ପଞ୍ଚାମୃତ, ମିଷ୍ଟାନ ରେ ଆପ୍ୟାୟିତ କରାଯାଇଥିଲା l ଏହି ପରିକ୍ରମାକୁ ଗ୍ରାମର ସଂକୀର୍ତନ ମଣ୍ଡଳୀ ସ୍ୱାଗତ କରି ଘଣ୍ଟ ବାଦ୍ୟର ତାଳେ ତାଳେ ବେଶଧାରୀ ଙ୍କୁ ପାଛୋଟି ନେଇଥିଲେ l
ଜୟନ୍ତପୁର ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ ଆୟୋଜିତ ଏହାକୁ ଯୁଯୋମୁରା ବ୍ଲକ ଅନ୍ତର୍ଗତ ଘେନୁପାଲି ପଞ୍ଚାୟତର ଠାକୁରମାଲ ଗ୍ରାମବାସୀ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ଉତ୍ସବରେ ଡ଼ା. ରାଜାରାମ ଷଡ଼ଙ୍ଗୀ ବିଶେଷ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଜଗତରାମ ପ୍ରଧାନ,ଜିତେନ୍ଦ୍ରିୟ ସାହୁ, ଦୁଷ୍ମନ୍ତ ପ୍ରଧାନ, ମନୋଜ କୁମାର ସାହୁ, ଉଦ୍ଧବ ପ୍ରଧାନ, କୁବେର ନାୟକ ଏହାକୁ ସଂଯୋଜନା କରିଥିଲେ l ଅନୁଷ୍ଠାନର ସଭାପତି ସରୋଜ କୁମାର ନାଥ, ସମ୍ପାଦକ ରଞ୍ଜନ ନାଥ, ପ୍ରଧାନ ଆଚାର୍ଯ୍ୟl ସୁସ୍ମିତା ଦୀପ ଓ ସହ ପ୍ରଧାନ ଆଚାର୍ୟା ଲିଲିମା ପ୍ରଧାନ ଏହାକୁ ପରିଚlଳନା କରିଥିଲେ l