Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳାଙ୍କ ଉନ୍ନତି ହେଲେ ଦେଶର ବିକାଶ ହେବ

ସମ୍ବଲପୁର/କୁଚିଣ୍ଡା:ମହୁଲ ଫୁଲ ଓ ଶାଳମଞ୍ଜିକୁ ଅଧିକ ପ୍ରାଧାନ୍ୟ ଦିଆଯାଇ ଏଥିପାଇଁ ଆଗାମୀ ଦିନରେ ଏକ ଶିଳ୍ପ କରିବାର ଯୋଜନା ରହିଛି। ଆମେ ନିଜେ ଉତ୍ପାଦନ କରି ନିଜେ ବ୍ୟବହାର କଲେ ଯାଇ ଉଦ୍ୟୋଗପତି ହୋଇପାରିବା ବୋଲି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ନାଏକ ଲକ୍ଷପତି ଦିଦି ଯୋଜନାର ଶୁଭାରମ୍ଭ କରି ମହିଳାଙ୍କ ଉନ୍ନତି ହେଲେ ଯାଇ ଦେଶର ବିକାଶ ହୋଇପାରିବ ପାରିବ ବୋଲି କହିଥିଲେ । ବ୍ଲକ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ନାଏକ ମୁଖ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକର ୨୦୦ ମହିଳାଙ୍କୁ ଲକ୍ଷପତି ଦିଦି ଓ ୧୦୯ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ସମ୍ମାନୀତ କରି ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏମପି ପ୍ରତିନିଧ୍ ରୁଦ୍ରପ୍ରତାପ ଦେଓ, ବିଡିଓ ନିରଞ୍ଜନ ସା,ସେକ୍ସନ ଅଫିସର ତରୁଣ ପ୍ରସାଦ ବିଶ୍ବାଳଙ୍କ ସମେତ ଷ୍ଟାଫ ମାନେ ଉପସ୍ଥିତ ଥିଲେ। ଶେଷରେ ବିପିଏମ ଟିପେନଶନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେl

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ