Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆତଙ୍କବାଦୀଙ୍କ ନରସଂହାର, ୨୩ ଜଣଙ୍କୁ ଗୁଳି କରି କଲେ ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀଙ୍କ ନରସଂହାର । ବଲୁଚିସ୍ତାନରେ ଆତଙ୍କବାଦୀ ୨୩ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଦକ୍ଷିଣ ପଶ୍ଚିମ ପାକିସ୍ତାନରେ ସୋମବାର ବନ୍ଧୁକଧାରୀ ୨୩ ଜଣଙ୍କୁ ବଳପୂର୍ବକ ଗାଡିରୁ ବାହାର କରି ଗୁଳି କରିଛନ୍ତି । ଏଏଫପିର ରିେପୋର୍ଟ ଅନୁଯାୟୀ, ଆତଙ୍କବାଦୀ ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ମୁସାଖେଲରେ ଅନେକ ବସ, ଟ୍ରକ ଓ ଭ୍ୟାନ ଅଟକାଇଥିଲେ । ଆତଙ୍କବାଦୀମାନେ ଲୋକଙ୍କୁ ସେମାନଙ୍କର ଧର୍ମ ଚିହ୍ନଟ ପରେ ଗୁଳି କରିଥିଲେ । ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି ।

ସୂଚନା ଅନୁସାରେ, ଆଜି ସକାଳେ ପାକିସ୍ତାନର ପଞ୍ଜାବ ଅଞ୍ଚଳର କିଛି ଯାତ୍ରୀ ବଲୁଚିସ୍ତାନ ଅଭିମୁଖେ ଯାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ମୁସାଖେଲ ଜିଲ୍ଲା ନିକଟରେ ବସ୍ ଅଟକାଇ ଓହ୍ଲାଇବାକୁ କହିଥିଲେ। ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ ଯାତ୍ରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ।

ଆତଙ୍କବାଦୀଙ୍କ ଏହି ବର୍ବରତାରେ ୨୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀମାନେ ୧୦ଟି ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସର୍ଫରାଜ ବଗତି ଘଟଣାକୁ ଦୃଢ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ପାକିସ୍ତାନର ସଙ୍ଘୀୟ ସୂଚନା ମନ୍ତ୍ରୀ ଅତ୍ତଉହ୍ଲା ତାରର୍ କହିଛନ୍ତି ଯେ, ଆତଙ୍କବାଦୀମାନେ ନିରୀହ ଯାତ୍ରୀଙ୍କୁ ଟାର୍ଗେଟ କରି ନିର୍ଦ୍ଦୟତାର ପରିଚୟ ଦେଇଛନ୍ତି। ଏହା ଏକ ବର୍ବର କାଣ୍ଡ। ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତି ରକ୍ଷା ପାଇ ପାରିବେ ନାହିଁ। ସେହିପରି ପାକିସ୍ତାନ ପଞ୍ଜାବ ସରକାରଙ୍କ ମୁଖପାତ୍ର ଆଜମା ବୁଖାରୀ ମଧ୍ୟ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ