Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଦସ୍ୟତା ଅଭିଯାନ ପାଇଁ ସମ୍ବଲପୁର ବିଜେପି ସାକ୍ଷୀଗୋପିନାଥ ମଣ୍ଡଳ ର ପ୍ରସ୍ତୁତି ବୈଠକ

ସମ୍ବଲପୁର:ଭାରତୀୟ ଜନତା ପାର୍ଟି ର ବର୍ତ୍ତମାନ ଦେଶ ବ୍ୟାପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ରେ ବର୍ତ୍ତମାନ ପ୍ରଥମେ ରାଷ୍ଟ୍ରୀୟ, ରାଜ୍ୟ, ଜିଲ୍ଲା ଓ ମଣ୍ଡଳ ସ୍ତରରେ ପ୍ରସ୍ତୁତି ବୈଠକ ମାନ ଆୟୋଜନ ହେଉଛି । ଆସନ୍ତା ସେପ୍ଟେମ୍ବର ପହିଲା ରୁ ମିସକଲ ଜରିଆରେ ସଦସ୍ୟତା ଗ୍ରହଣ କରିବାର ପ୍ରକ୍ରିୟା ଆରମ୍ଭ ହବ । ପ୍ରସ୍ତୁତି ବୈଠକ ଗୁଡିକରେ ବିଜେପି ଦଳ ର ନୀତି, ଆଦର୍ଶ, ଲକ୍ଷ ଓ ବିଜେପି ସରକାର ଙ୍କ ଜନକଲ୍ୟାଣକାରୀ ଯୋଜନା କୁ ନେଇ ସାଧାରଣ ଲୋକଙ୍କୁ ଦଳ ସହିତ ଯୋଡିବା ପାଇଁ କର୍ମୀ ଓ ପଦାଧିକାରୀ ଙ୍କୁ ସୂଚିତ କରାଯାଉଛି । ସଦସ୍ୟା ଅଭିଯାନ ଫଳରେ ଦଳ କୁ ଆହୁରି ସୁଦୃଢ, ସକ୍ରିୟ ଓ ମଜଭୁତ କରିବା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ରେ ନିଜର ସହାଭାଗିତା ପାଇଁ ଏହି ସଦସ୍ୟତା ଅଭିଯାନ ର ମୂଳ ଲକ୍ଷ ।
ଏହି ମର୍ମ ରେ ଆଜି ସମ୍ବଲପୁର ଜିଲ୍ଲା ବିଜେପି ର ସାକ୍ଷୀଗୋପୀନାଥ ମଣ୍ଡଳ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା ଙ୍କ ସଭାପତିତ୍ୱ ରେ ହୋଇଥିବା ଏହି ବୈଠକ କୁ ମଣ୍ଡଳ ସାଧାରଣ ସମ୍ପାଦକ ସୌମିତ୍ର ଜତି ପରିଚାଳନା କରିଥିଲେ । ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଲେ ବରିଷ୍ଠ ନେତା ଡ଼.ପ୍ରମୋଦ ରଥ, ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ଜିଲ୍ଲା ଉପସଭାପତି ଫଣୀ ଭୂଷଣ ମିଶ୍ର କର୍ମୀ ଙ୍କୁ ସଦସ୍ୟତା ଅଭିଯାନ ର ଆକାର, ପ୍ରକାର, ଲକ୍ଷ, ଉଦ୍ଦେଶ୍ୟ ସମ୍ପର୍କ ରେ ବୁଝେଇଥିଲେ ।
ଆଜିର ବୈଠକ ରେ ସାକ୍ଷୀଗୋପୀନାଥ ମଣ୍ଡଳର ସଦସ୍ୟତା ଅଭିଯାନ ର ସଂଯୋଜକ ଭାବେ ସନ୍ତୋଷ ଡାଲୁଆ ଏବଂ ସହ ସଂଯୋଜକ ଭାବେ କ୍ରିଷ୍ଣା ମହାକୁଡ଼ ଓ ସୌମିତ୍ର ଜତି ଙ୍କୁ ଦାୟିତ୍ୱ ଦିଆଯାଇଛି ।
ବୈଠକ ରେ ରାଜେଶ ସାହୁ, ଆରତୀ ବରାଡ଼, ଦୀପ୍ତିମୟୀ ବାରିକ, ଭବାନୀ ଦୁଷର ଓ ମଞ୍ଜୁଲା ଓରାମ ମଞ୍ଚାସିନ ଥିବା ବେଳେ ହୀରା ମୁଣ୍ଡା, ଗୋପାଲ ଅଗ୍ରୱାଲ, ହରିହର ପଣ୍ଡା, ଶୈଳେନ୍ଦ୍ର ପୁରୋଜିତ, ଅଜିତ ବେହେରା, କର୍ଣ ଓରାମ, ସନ୍ତୋଷ ମହାନନ୍ଦ, ମାଧବ ଓରାମ, ରୁଦ୍ରମଣୀ ଓରାମ, ବନମାଳୀ ଓରାମ, ସୁରଜ ତାଣ୍ଡି, ସନ୍ତୋଷ ମୁଣ୍ଡା, ରାଜକୁମାର ଦାସ, ମିନା ମୁଣ୍ଡା, ରଶ୍ମିତା ମିଶ୍ର, ସଶ୍ମିତା ସିଂ, ମିନାକ୍ଷୀ ବାରିକ ମମତା ହେମ୍ରାମ ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ