Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କୁସୁମୀ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର :ଆଜି ଦିନ ୧୧ଟା ସମୟ ରେ କୁସୁମୀ ଜଗନ୍ନାଥ କ୍ଳବ୍ ଠାରେ ମାନ୍ୟବର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା l କାର୍ଯ୍ୟକ୍ରମକୁ ସୁଶିଲ କୁମାର କର, ଜିଲ୍ଲା ସାଧାରଣ ସମ୍ପାଦକ ଭାରତୀୟ ଜନତା ପାର୍ଟି ଉପେନ୍ଦ୍ର ପଟେଲ, ମଣ୍ଡଳ ସଭାପତି କୁଚିଣ୍ଡା ବ୍ଲକ ସାଧାରଣ ସମ୍ପାଦକ ଅଚ୍ୟୁତ ନାଏକ,ଲକ୍ଷ୍ମଣ କିଶାନ, ଜିଲ୍ଲା ପରିଷଦ ସଦସ୍ୟ ଦିବ୍ୟରlଜ କିସାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ମମତା ପଟେଲ
ଜିଲ୍ଲା ସମ୍ପାଦକ ବିଭୂତି କଲ୍ୟାଣ ପଟେଲ ଙ୍କ ନେତୃତ୍ୱ ରେ
ସରକାର ଙ୍କ ଦୁଇ ପ୍ରମୁଖ ଯୋଜନା ଲକ୍ଷପତି ଦିଦି ତଥା ସୁଭଦ୍ରା ଯୋଜନା ପାଇଁ ମାନ୍ୟବର ମନ୍ତ୍ରୀ ଙ୍କୁ ଏମ ବି କେ ସି ଆର ପି ବ୍ୟାଙ୍କ୍ ମିତ୍ର ପ୍ରାଣୀ ମିତ୍ର କୃଷି ମିତ୍ର ଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇ କୃତଜ୍ଞତା ଜଣାଇ ଥିଲେ l ଏହି ସମୟରେ କଳା ଓ କଳାକାର ସଂଘ,ନାଗରିକ କମିଟି,ଆଞ୍ଚଳିକ ବରିଷ୍ଟ ନାଗରିକ କମିଟି କୁନ୍ତରା ର ସଦସ୍ୟ ମାନେ ଫୁଲ ତୋଡା ତଥା ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଥିଲେlଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ସଙ୍କୀର୍ତ୍ତନ କିସlନ ଆବାହକ ଥିବା ବେଳେ ଶରତ କୁସୁମ ପଞ୍ଚାୟତ ସଭାପତି ଧନ୍ୟବାଦ୍ ଅର୍ପଣ କରିଥିଲେ l