Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଶାଳା ଶନିମନ୍ଦିର ନିକଟରେ ଯୁବକଙ୍କୁ ଗଳାକାଟି ହତ୍ୟା ଘଟଣା, ହତ୍ୟାକାରୀକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ

ଚିପିଲିମା, ସମ୍ବଲପୁର ବୁର୍ଲାଥାନା କଳାମାଟି ରାସ୍ତା କଡରେ ଥିବା ଶନିମନ୍ଦିର ନିକଟରେ ଜଣେ ଯୁବକ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିରହିଥିବେଳେ ହୀରାକୁଦ ଏସଡିପିଓ ଅମ୍ବିତ ମହାନ୍ତି, ବୁର୍ଲା ଆଇଆଇସି ଅନିଲ ପ୍ରଧାନ ସମେତ ସାଇଣ୍ଟିଫିକ ଟିମ ଆସି ଘଟଣାର ତଦନ୍ତ କରି କେହି ଦୁର୍ବୁର୍ତ୍ତ ଯୁବକଙ୍କୁ ହତ୍ୟା କରିଥିବା ଜାଣିବାକୁ ପାଇଥିଲେ l ଏନେଇ ବୁର୍ଲା ଥାନାରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ପରିପେକ୍ଷୀରେ ଶବକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରି ପୁନଃ ତଦନ୍ତ କରିଥିଲେ l ପୋଲିସ ତଥ୍ୟ ଅନୁଯାୟୀ ମୃତକ ହେଲେ ଗୋଶାଳା କଦମପଡ଼ାର ରାକେଶ ନାଗ (୨୦) ଓରଫ ଛୋଟୁ ବୋଲି ଜଣାପଡିଛି l ରାଜେଶ ପୂର୍ବରୁ କୌଣସି ଘଟଣାରେ ଗିରଫ ହୋଇ ଜେଲ ହାଜତରେ ଥିବାବେଳେ ତିନିଚାରୀ ଦିନତଳେ ଜେଲରୁ ମୁକୁଳି ଘରକୁ ଫେରିଥିଲେ l ତାଙ୍କ କିଛି ସାଙ୍ଗ ତାକୁ ଘରୁ ଡାକି ନେଇଥିବାବେଳେ, ରାଜେଶ ଆଉ ଘରକୁ ଫେରିନଥିଲେ l ଅନେକ ଖୋଜାଖୋଜି ପରେ ରାଜେଶର ମୃତଦେହ ମିଳିଥିଲା l ହେଲେ ପୋଲିସ ଘଟଣାର ତଦନ୍ତ କରି ଗୋଶାଳା ସ୍କୁଲ ପଡ଼ାର କୁଶ ବାଗ (୪୦)ଙ୍କୁ ଗିରଫ କରି ତା ପାଖରୁ ଏକ ଟାଙ୍ଗିଆ ଜଵତ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଅନ୍ୟ ପକ୍ଷରେ ଆଉ କିଏ କିଏ ଘଟଣାରେ ସମ୍ପୃକ୍ତ ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ପୋଲିସ ଘଟଣାର ଅଧିକ ତଦନ୍ତ କଲେ ଅନେକ କିଛି ରହସ୍ୟ ପଦାକୁ ଆସିପାରିବ ବୋଲି ସାଧାରଣରେ କୁହାଯାଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ