Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବଢୁଛି ହାତୀ ବିତ୍ପାତ, ଆନ୍ଦୋଳନ ପାଇଁ ଚେତାବନି

ସମ୍ବଲପୁର, ତା. ୨୮. ୦୮: ଯୁଯୋମୁରା ବ୍ଲକ ଅନ୍ତର୍ଗତ ପଡିଆବାହାଲ ବନ ବିଭାଗ ରେଞ୍ଚରେ ଦିନକୁ ଦିନ ବଢ଼ୁଛି ହାତୀ ଉତ୍ପାତ l ବଢୁଛି କ୍ଷୟକ୍ଷତି l ତଥାପି ବନ ବିଭାଗ ନିଷ୍କ୍ରିୟ ରହୁଥିବାରୁ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ପଂଚାୟତ ଅଧିବାସୀ l ଏନେଇ ଆଜି ସୂଚନା ଦେଇଛନ୍ତି ଡ଼ଙ୍ଗରପଡା ସରପଞ୍ଚ ଅୟସକାନ୍ତ ବଡ଼ପଣ୍ଡା l

ମଙ୍ଗଳବାର ରାତିରେ ହାତୀ ଚାଷ ଜମିରେ ପଶି ଡ଼ଙ୍ଗରପଡାର ଜନୈକ ଚାଷୀଙ୍କ ବୋରିଙ୍ଗ ଭାଙ୍ଗି ଦେବାସହ ବହୁ କ୍ଷୟ କ୍ଷତି କରିଥିବା ନେଇ ଅଭିଯୋଗ ହୋଇଛି l ଦିନକୁ ଦିନ ହାତୀ ମାନଙ୍କ ବିତ୍ପାତ ଅସହ୍ୟ ହେଉଥିବାରୁ କ୍ରମଶଃ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଲାଣି l ବନ ବିଭାଗ ଏଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଏହା ଜଟିଳ ପରିସ୍ଥିତି ନେବ l ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଅଂଚଳବାସୀଙ୍କ ମଧ୍ୟ୍ୟରେ ଦାବି ହୋଇଛି