Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଇକିଆରେ ନୂତନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡା :୨୮/୦୭ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ୍ କାର୍ଯ୍ୟଳୟ ଠାରେ ନୂତନ ଜିଲାପାଳ ଅମ୍ରିତ ଋତୁରାଜ ବିଭିନ୍ନ ଅଭିଯୋଗ ର ଶୁଣାଣି କରିଛନ୍ତି । ସମୁଦାୟ ୮୦ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥିମଧ୍ୟରୁ ୪୨ ଟି ବ୍ୟକ୍ତିଗତ ଏବଂ ୩୮ଟି ସାମୁହିକ ଅଭିଯୋଗ ରହିଥିଲା । ବିଶେଷ କରି ପାନୀୟ ଜଳ ସମସ୍ୟା, ଭତ୍ତା, ଆବାସ ଯୋଜନା, ଖାଦ୍ୟ ସୁରକ୍ଷା କାର୍ଡ ସମ୍ପର୍କୀତ ଅଭିଯୋଗ ମଧ୍ୟ ରହିଥିଲା । ରାଇକିଆ ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳୀ ନାୟକ ଅଞ୍ଚଳରେ ପାନୀୟଜଳ ସମସ୍ୟା ନେଇ ଅଭିଯୋଗ କରିଥିଲେ। ମାଣିକେଶ୍ଵର ପଞ୍ଚାୟତ ର ଦୁର୍ଗମ ଅଞ୍ଚଳ ର ରାସ୍ତା ସମସ୍ୟା ଓ ମୋବାଇଲ୍ ଟାୱାରର ଆବଶ୍ୟକତା ସମ୍ପର୍କୀତ ଅଭିଯୋଗ ମଧ୍ୟ ହୋଇଥଲା । ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି । କିନ୍ତୁ ମନ୍ଥର ଗତିରେ ଚାଲୁଥିବା ନେଇ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର,ବାଲିଗୁଡା ଉପ ଜିଲ୍ଲାପାଳ ଡ଼ ରୀନା ପ୍ରଧାନ , ଜିଲ୍ଲାପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ , ବାଲିଗୁଡ଼ା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ରାଇକିଆ ବିଡ଼ିଓ ସିମାଞ୍ଚାଳ ମଣ୍ଡଳ, ତହସିଲଦାର ସୁଭଦ୍ରା ମୁଣ୍ଡିକା ଏବଂ ଜିଲ୍ଲାର ବିଭିନ୍ନ ବିଭାଗ ର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
ବ୍ଲକର କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ରାଇକିଆ ନିକଟସ୍ଥ ମଣ୍ଡାସରୁ ଇକୋ ଟୁରିଜିମ୍ ସେଣ୍ଟର୍ ଭ୍ରମଣରେ ଯାଇଥିଲେ ‌। ଦାୟିତ୍ୱ ରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଫୁଲତୋଡ଼ା ,ଟିକା,ଚନ୍ଦନ ଏବଂ ଉପଢୌକନ ଦେଇ ସ୍ଵାଗତ କରିଥିଲେ। ପର୍ଯ୍ୟଟନ କେନ୍ଦ୍ର ସମ୍ପର୍କରେ ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲେଚନା କରି ପଚାରି ବୁଝିଥିଲେ‌। ଏହି ସବୁ ସ୍ଥାନ ଦେଖି, ବୁଲି ଖୁସି ଅନୁଭଵ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ