Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଫସଲ ବିବିଧି କରଣ କାଯ୍ୟକ୍ରମ ଏବଂ ଯନ୍ତ୍ର ଚାଳିତ ଧାଡି ବୁଣା ଧାନ କାଯ୍ୟକ୍ରମକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ପରିଦର୍ଶନ

ସମ୍ବଲପୁର: କୁଚିଣ୍ଡା ଏନ୍ ଏ ସି ସଇଡା ଠାରେ ଥିବା ବୃହତ୍ ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧ କରଣ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ସଇଡା କ୍ଲଷ୍ଟରର କିଣ୍ଡିରା ଗ୍ରାମର ଜୈବିକ ଖତ ଓ କୀଟ ନାଶକ ପ୍ରସ୍ତୁତି କେନ୍ଦ୍ରକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ ଜେନା ଓ ସହକାରୀ କୃଷି ଅଧିକାରୀ କୁଚିଣ୍ଡା ସୁସ୍ମିତା କିରୋ ପରିଦର୍ଶନ କରିଅଛନ୍ତି । ଏହି କେନ୍ଦ୍ରଟି କିଣ୍ଡିରା ଗ୍ରାମର ମା ସରସ୍ବତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା କରୁଛନ୍ତି।ଏହି ପରିଦର୍ଶନ ସମୟରେ ହାଡ଼ିପାଲି ଗ୍ରାମ ପଂଚାୟତର ସରପଞ୍ଚ ମନ୍ଦାକିନୀ ନାଏକ, ଏମ ବି କେ ସୁଜାତା ନାୟକ, ଏବଂ ସଇଡା କ୍ଲଷ୍ଟର ରୋପ ଅନୁଷ୍ଠାନର ବ୍ଲକ କୋର୍ଡିନେଟର ତୃପ୍ତି ମୟୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ରୋପ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଅନ୍ୟ ଏକ କାଯ୍ୟକ୍ରମ ଯନ୍ତ୍ର ଚାଳିତ ଧାଡି ଧାନ ବୁଣା ମଧ୍ୟ୍ୟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏବଂ ସହକାରୀ କୃଷି ଅଧିକାରୀ କୁଚିଣ୍ଡା ପରିଦର୍ଶନ କରିଅଛନ୍ତି। ଏହି ସମୟରେ ଚାଷୀମାନେ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତ ରହି ସେମାଙ୍କର କରିଥିବା ଚାଷ ଏବଂ ଜୈବିକ ଖତ ଉତ୍ପାଦନ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ସମୟରେ ଗ୍ରାମ୍ୟ କୃଷି କର୍ମଚାରୀ କିଣ୍ଡିରା ସୌଦାମିନୀ କିସାନ, ତେଲି ତିଲେଇମାଲର ବିଜୟ ବାଘ ଓ ରୋପ ସଂଯୋଜିକା ଜୁଲି ମହନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।