Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ଗଡଜାତ ପାଇଁ ବାହାରିଲା ନୂଆଖାଇ ଲଗ୍ନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର ଗଡ଼ଜାତ ଓ ପଞ୍ଚରା ଅଞ୍ଚଳ ପାଇଁ ନୁଆଁଖାଇ ଲଗ୍ନ ସ୍ଥାନୀୟ ବଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁକ୍ତିମଣ୍ଡପ ରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଘଣ୍ଟ ସ୍ଥିର କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ୮ ତାରିଖ ରବିବାର ପଞ୍ଚମୀ ଦିନ ଘ.୯.୨୩ମି ରୁ ଘ.୯.୩୭ମି ମଧ୍ୟେ ବିଶୁଦ୍ଧ ତୂଳା ଲଗ୍ନ କୁମ୍ଭ ନବାଂଶ ଭୋଗ ସମୟରେ ନୂଆଁଖାଇ ଲଗ୍ନ ସ୍ଥିର ହୋଇଥିବା ବେଳେ ପ୍ରାତଃ ୮ ଘଣ୍ଟା ରୁ ୮.୫୫ ମି ମଧ୍ୟେ ସମଲେଶ୍ଵରୀ ମନ୍ଦିର ରୁ ବିରାଟ ପଟୁଆରରେ ମା ସୁରେଶ୍ୱରୀଙ୍କ ପାଇଁ ପାହୁର ଯାତ୍ରା ବାହାରିବ ଓ ଅଷ୍ଟ ଚଣ୍ଡି, ଅଷ୍ଟ ଶମ୍ଭୁ ଓ ଅଷ୍ଟ ବିଷ୍ଣୁ ଙ୍କ ଠାରେ ନବାହ୍ନ ଲାଗି ହେଲା ପରେ ନିଜ ନିଜ ଇଷ୍ଟ ଦେବୀ ଓ ସାଧାରଣ ଜନତା ନବାହ୍ନ ଭକ୍ଷଣ କରିବେ। ବହୁ ପୂର୍ବରୁ ସୋନପୁର ଗଡ଼ଜାତ ରାଜ୍ୟର ନୁଆଖାଇ ପାଇଁ ଏହି ଲଗ୍ନ ପରମ୍ପରା ଚାଲିଆସି ଥିବା ବେଳେ ପ୍ରତିବର୍ଷ ସୋନପୁରର ବଡ ଜଗନ୍ନାଥ ମନ୍ଦିର ର ମୁକ୍ତି ମଣ୍ଡପରେ ବସି ପଣ୍ଡିତ ମାନେ ଲଗ୍ନ ନିର୍ଘଣ୍ଟ ସ୍ଥିର କରିଥାନ୍ତି । ସୋନପୁରର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ନାମ ଜ୍ୟୋତିଷି ଶାସ୍ତ୍ର ଅନୁସାରେ ତିଥି ଓ ଲଗ୍ନ ନିର୍ଘଣ୍ଟ ଗଣନା କରାଯାଇ ଥାଏ ଚଳିତ ବର୍ଷ ଜ୍ୟୋତିର୍ବିଦ ପଣ୍ତିତ ରାଜେନ୍ଦ୍ର କୁମାର ମହାପାତ୍ର ଲଗ୍ନ ନିର୍ଘଣ୍ଟ କରିଥିଲେ।ଆଜିର ଏହି ଲଗ୍ନ ନିର୍ଘଣ୍ଟ ସଭାରେ ଜିଲ୍ଲାର ବହୁ ବିଶିଷ୍ଟ ପଣ୍ଡିତ ମାନଙ୍କ ସହ ଗୌରୀ ଶଙ୍କର ରଥ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ମୁନିସିିପାଲିଟୀ ର ପୌରଧ୍ୟକ୍ଷା ଶ୍ରୀମତୀ ତାମସୀ ତମସ୍ମିତା ନାୟକ, ପୁର୍ବତନ ପୌରଧ୍ୟକ୍ଷ ପ୍ରକାଶ ସାହୁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଭାରେ ପୂଜକ ରାମ ଗୋପାଳ ପୂଜାରୀ, ଜୟ ନାରାୟଣ ମିଶ୍ର, ଷଷ୍ଠୀ ଥନାପତି, ଅଚ୍ୟୁତ ପୂଜାରୀ, ସୁରୁବାବୁ ଥନାପତି ଙ୍କ ସହ ଶ୍ରୀବତ୍ସ ମଲ୍ଲିକ, ସାଂସଦ ପ୍ରତିନିଧି ଶିବରାମ ସାହୁ, ବୈକୁଣ୍ଠ ଶତପଥୀ, ତିଲୋଚନ ତରିଆ ସହ ଅନେକ ବିଦ୍ୱାନ ଓ ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ