Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’କାମାକ୍ଷା ମନ୍ଦିରର ନୀତିକାନ୍ତି ବୈଠକ

ସମ୍ବଲପୁର, ତା. ୨୯. ୦୮: ବୁଧବାର ଦିନ ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ତା ଅନୁସାରେ ବ୍ରହ୍ମ ମଣ୍ଡପ ପଣ୍ଡିତ ମହା ସଭା ର ପ୍ରାଧୀନିଧି ମଣ୍ଡଳୀ ଙ୍କୁ ନେଇ ଏକ ସଭା ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ “ମାଁ ଙ୍କ ର ଦୈନ୍ୟ ଦିନ ନୀତିକାନ୍ତି ଏବଂ ବର୍ଷ ସାରା ହେବାକୁ ଥିବା ପର୍ବ ପର୍ବାଣି ବିଷୟରେ ଆଲୋଚନା କରାଯାଇଥିଲା । ଅନେକ ବିଜ୍ଞ ପଣ୍ଡିତ ମାନେ ସେମାନଙ୍କ ମତାମତ ସହିତ ଲିଖିତ ଆକାର ରେ ସାମୁହିକ ପ୍ରସ୍ତାବ ଦେଇଥିଲେl ପ୍ରଥମେ ପଣ୍ଡିତ ମଣ୍ଡଳୀଙ୍କୁ ସମ୍ପୂର୍ଣ୍ଣ ମର୍ଯ୍ୟାଦା ସହିତ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲାl ପଣ୍ଡିତ ରବିନାରାୟଣ ପଣ୍ଡା ଙ୍କ ସଭାପତିତ୍ୱରେ ମା’କାମାକ୍ଷୀ ଦେବୀଙ୍କ ଦୈନନ୍ଦିନ ନୀତିକାନ୍ତି ଓ ପୂଜାର୍ଚନା ବିଷୟରେ ନିୟମନୁସାର ପାଳନ ସ୍ଥିର ହୋଇଥିଲା l ଏହି ପଣ୍ଡିତ ମହାସଭାରେ ମନ୍ଦିର ପରିଚଳନା କମିଟିର ସଭାପତି ରାମଶଙ୍କର ସାହୁ, କୋଷାଧ୍ୟକ୍ଷ ଦିଲେଶ୍ଵର ରଣା, ମୁରାରୀ ପ୍ରସାଦ ପୁରୋହିତ, ନରେନ୍ଦ୍ର ବେହେରା, ମହେନ୍ଦ୍ର ନାଥ, ଘନଶ୍ୟାମ ସାହୁ, ଶିବ ମେହେର,ଚିତ୍ତ ଭୋଇ, ସୁଧୀର କୁମାର ପରିଡା,ଅମୂଲ୍ୟ ମିଶ୍ର, ସୁବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ନୀତିକାନ୍ତି ଉପରେ ନିଷ୍ପତ୍ତି ନେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ