Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନିଶାମୁକ୍ତ ଭାରତ ଗଠନ ସକାଶେ ଶପଥ ଗ୍ରହଣ

ସମ୍ବଲପୁର:ଆଜି ପୂର୍ବାହ୍ନ ୧୦ ଘଟିକା ୩୦ ମିନିଟ ସମୟରେ ସମ୍ବଲପୁର, ଫାଟକ, ସିଦ୍ଧେଶ୍ୱର ବେର୍ଣ୍ଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ନିଜେ ଜୀବନରେ କେବେ କୌଣସି ନିଶା ସେବନ କରିବେ ନାହିଁ ଏବଂ ସମାଜର ଅନ୍ୟ ମାନଙ୍କୁ ନିଶା ଠାରୁ ଦୂରେଇ ରଖିବା ସଙ୍ଗେ ସଙ୍ଗେ ଏକ ସୁସ୍ଥ ସମାଜ ତଥା ନିଶା ମୁକ୍ତ ଭାରତ ଗଠନ ପାଇଁ ସାମୁହିକ ଶପଥ ଗ୍ରହଣ କରିଛନ୍ତି |
ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ସଂଗଠନର କର୍ମକର୍ତ୍ତା ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁ, ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର, ଶ୍ରୀଯୁକ୍ତ ସନ୍ଦୀପ କୁମାର ଶ୍ରୀବାସ୍ତବ ପ୍ରମୁଖ ଯୋଗଦେଇ ଉଦ୍’ବୋଧନ ଦେଇଥିଲେ |
ସ୍ବାଧୀନତା ସଂଗ୍ରାମୀ ମାନଙ୍କର ନିଶା ମୁକ୍ତ ଭାରତ ଗଠନର ଅସମ୍ପୂର୍ଣ୍ଣ ସ୍ବପ୍ନକୁ ଆମେ ତାଙ୍କର ଦାୟାଦ ମାନେ ସମ୍ପୂର୍ଣ୍ଣ କରିବା ବୋଲି ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ନିଜ ବକ୍ତବ୍ୟରେ କହିଥିଲେ | ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପାଢ଼ୀ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ | ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମାଁ ବୃନ୍ଦ ଏହି ସମାରୋହରେ ଅଂଶ ଗ୍ରହଣ କରିଥିଲେ |