Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ସହ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଠାରେ ଆଜି ଜାତୀୟ କ୍ରୀଡା ଦିବସ ସହ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। “ସୁସ୍ଥ ଭାରତ ସୁସ୍ଥ ମଣିଷ” ବାର୍ତ୍ତାକୁ ନେଇ ଏକ ସମୂହ ସଂକଳ୍ପ ନିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସଚେତନତା ରାଲିକୁ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିବା ସଚେତନତା ରାଲି ସହର ପରିକ୍ରମା କରିଥିବା ବେଳେ ଛାତ୍ରଛାତ୍ରୀ ଓ ଯୁବ କ୍ରୀଡାବିତ ତଥା ଜିଲ୍ଲାସ୍ତରୀୟ ପଦାଧିକାରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଅପରାହ୍ନ ରେ ରାମେଶ୍ୱର ଇନଡୋର ଷ୍ଟାଡିୟମ ଠାରେ ବ୍ୟାଡ଼ମିଣ୍ଟନ ଖେଳ ର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଜାତୀୟ କ୍ରୀଡା ଦିବସକୁ ନେଇ ଆୟୋଜିତ ସଂକଳ୍ପ ଯାତ୍ରାରେ ଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ, ଡେପୁଟି କଲେକ୍ଟର ଯଶସ୍ୱନି ପୋଥାଲ, ଶୁଭଶ୍ରୀ ରଥ, କୃଷ୍ଣ ମୋହନ ସିଂ, ଏନସିସି ଅଧିକାରୀ ଆଶିଷ ଅଗ୍ରୱାଲ, ଇନଫିନିଟି ଏସୋସିଏସନ ର କ୍ରୀଡା ବିତ, ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଜିଲ୍ଲା ଖେଳ ପ୍ରଶିକ୍ଷକ, ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରମୁଖ ହକିର ପ୍ରବାଦପୁରୁଷ ଧ୍ୟାନଚାନ୍ଦଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ