Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲିସ୍ କନଷ୍ଟେବଳ ଜଗା ଜଗତଙ୍କ ହୃଦଘାତରେ ମୃତ୍ୟୁ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଜିଲ୍ଲା ପୋଲିସର ୧୯୯୭ ବ୍ୟାଚ୍ ର କନେଷ୍ଟବଳ ଜଗା ଜଗତ ଆଜି ସକାଳେ ଜିଲ୍ଲା ପୋଲିସର ଅସ୍ତ୍ରାଗାରରେ ଡିଉଟି କରୁଥିବା ସମୟରେ ଅଚେତ୍ ହୋଇ ଯାଇଥିଲେ। ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହା ଜଣାପଡ଼ିବା ପରେ ଶୋକ ର ଛାୟା ଖେଳିଯାଇଛି। ପରେ ରିଜର୍ଭ ପୋଲିସ୍ ପଡିଆରେ ସ୍ୱର୍ଗୀୟ ଜଗତଙ୍କୁ ଜିଲ୍ଲା ପୋଲିସ୍ ତରଫରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା। ଏସପି ସୁବର୍ଣ୍ଣପୁର ୟଶ ପ୍ରତାପ ଶ୍ରିମାଲ ସ୍ଵର୍ଗତ ଜଗା ଜଗତଙ୍କ ମର ଶରୀରରେ ପୁଷ୍ପ ଗୁଚ୍ଛ ଦେଇ ଶୋକ ସନ୍ତପ୍ତ ପରିବାରକୁ ଆଶ୍ଵାସନା ଦେଇ ଥିଲେ। ଏହି ଶୋକ ସଭାରେ ଜିଲ୍ଲା ଆରକ୍ଷୀ ନିରୀକ୍ଷକ ସରୋଜ ବେହେରା ସଂଯୋଜନା କରିଥିବା ବେଳେ ଜିଲ୍ଲା ଆରକ୍ଷୀ ବାହିନୀର ସମସ୍ତ ଉଚ୍ଚ ପଦାଧିକାରୀ କର୍ମଚାରୀ ସ୍ଵର୍ଗତ ଜଗା ଜଗତଙ୍କ ମର ଶରୀରରେ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଵର୍ଗତ ଜଗା ଜଗତ ଜିଲ୍ଲା ପୋଲିସର ବ୍ୟାଣ୍ଡ ପାର୍ଟିର ଜଣେ ସୁଦକ୍ଷ ବିଗୁଲର ଥିବା ବେଳେ ସେ ଜଣେ ସରଳ, ମେଳାପି ଓ ଅମାୟିକ ବ୍ୟକ୍ତି ଥିଲେ ବୋଲି ଜିଲ୍ଲା ହାବିଲଦାର କନେଷ୍ଟବଳ ଶାଖା ସଂଘ ସଭାପତି ଦିନେଶ ମିଶ୍ର କହିଛନ୍ତି। ଜାଗାଙ୍କ ମର ଶରୀରକୁ ତାଙ୍କ ଗ୍ରାମ କଉଡ଼ିଆମୁଣ୍ଡା ସ୍ଥିତ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। କନେଷ୍ଟବଳ ସଂଘର ବହୁ କର୍ମକର୍ତା ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଗାଁ ଶ୍ମଶାନରେ ପହଞ୍ଚିଥିଲେ।