Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ ଲାଗୁ କରିବା ସକାଶେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସମେତ ସମଗ୍ର ଓଡ଼ିଶା ରାଜ୍ୟରେ ନିଶାର ପ୍ରକୋପ ବିଶେଷତଃ ମଦ ର ପ୍ରଚଳନ ସୁଦୂର ପ୍ରସାରୀ ଓ ଚିନ୍ତା ଜନକ | ଏହା ସମାଜରୁ ସମସ୍ତ ସୁଖ ଶାନ୍ତି ସହ ସମସ୍ତ ସରକାରୀ ଜନ ହିତକାରୀ ଯୋଜନାକୁ ନଷ୍ଟ କରିବା ସହ ରାଜ୍ୟର ଆର୍ଥିକ, ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଜନ ଜୀବନକୁ ଧ୍ବଂସ କରୁଛି | ଆଇନ ଶୃଙ୍ଖଳା ବ୍ୟବସ୍ଥା ନିଶା ଏବଂ ମଦ ଦ୍ୱାରା ଦୁଷ୍ପ୍ରଭାବିତ | ମଦ ର ପ୍ରଚାର ପ୍ରସାରକୁ ବିରୋଧ କରି ୧୯୫୬ ମସିହାରେ ପୂଜ୍ୟ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନିଶା ନିବାରଣ ଆଇନ ୧୯୫୬ ପ୍ରଣୀତ ହୋଇଥିଲା | ଏହି ଆଇନକୁ ଏ ପର୍ଯ୍ୟନ୍ତ ଲାଗୁ କରାଯାଇ ନାହିଁ |
ତେଣୁ, ସେହି ଆଇନକୁ ରାଜ୍ୟରେ କଡ଼ାକଡ଼ି ଭାବରେ ଲାଗୁ କରି ରାଜ୍ୟକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ଦାଵୀରେ ଆଜି ପୂର୍ବାହ୍ନରେ “ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ” ସଂଗଠନ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଶତାଧିକ ସ୍ବାକ୍ଷର ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି |
ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର, ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁ, ଶ୍ରୀଯୁକ୍ତ ସନ୍ଦୀପ କୁମାର ଶ୍ରୀବାସ୍ତବ, ଶ୍ରୀଯୁକ୍ତ ଚତୁର୍ଭୁଜ ଗର୍ଡିଆ ପ୍ରମୁଖ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ସଂଗଠନର କର୍ମକର୍ତ୍ତା ବୃନ୍ଦ ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ଏହି ଦାଵୀପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଚାରୁ କୁମାର ବଳ ଙ୍କୁ ପ୍ରଦାନ କରିଥିଲେ | ଏହି ଦାବୀପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ତୁରନ୍ତ ପଠାଇ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କର୍ମକର୍ତ୍ତା ମାନଙ୍କୁ କହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ